କଳାହାଣ୍ଡି ଉତ୍ସବ ଲାଗି ବୁଢ଼ାରଜା ପୀଠରୁ ମଶାଲ ଯାତ୍ରା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ୨୭ତମ ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ୨୦୨୫ର ଶୁଭାରମ୍ଭ ପାଇଁ ସୋମବାର କଳାହାଣ୍ଡିର ଆରାଧ୍ୟ ଦେବତା ଆମପାଣି ବୁଢ଼ାରଜା ଦେବଙ୍କ ପୀଠରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନ, ଜିଲ୍ଲା ସାଂସ୍କୃତିକ ପରିଷଦ ଓ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡିର ସହଯୋଗ କ୍ରମେ ବିଭିନ୍ନ ପୀଠରୁ ମଶାଲ ବାହାରିଛି। ଆମପାଣି ବୁଢ଼ାରଜା ଦେବଙ୍କ ପୀଠରୁ ପୂଜାର୍ଚ୍ଚନା ପରେ ମଶାଲ ଯାତ୍ରା ବାହାରିଥିବାବେଳେ ସିଉନୀଠାରେ ମଶାଲ ଯାତ୍ରାକୁ ସ୍ବାଗତ କରାଯାଇଥିଲା। ସେଠାରୁ କୋକସରା ପହଞ୍ଚିବା ପରେ ବ୍ଳକ କାର୍ଯ୍ୟାଳୟଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଦିପକ କୁମାର ବେହେରା, ପିଇଓ ବିରଞ୍ଚି ଖର୍ସେଲ, ବ୍ଳକ ସାମ୍ବାଦିକ ସଂଘ ସଭାପତି ଚକ୍ରଧର ବେଶ୍ରା, ସାମ୍ବାଦିକ ଜଗଦୀଶ ନାଏକ, ପରେଶ ପଟ୍ଟନାୟକ, ଘୁମୁରା ଗୁରୁ ମହେଶ୍ୱର ସରାଫ, ଗମ୍ଭାରୀଗୁଡା ସରପଞ୍ଚ ଇଶରାମ ସୁନାନୀ ପ୍ରମୁଖ ଉପସ୍ଥିତ ରହି ସ୍ବାଗତ କରିଥିଲେ। ସେହିପରି ମୋଟେର, ଜୁନାଗଡ଼, ଜାରିଂ ଆଦି ସ୍ଥାନରେ ମଧ୍ୟ ଏହି ମଶାଲ ଯାତ୍ରାକୁ ଭବ୍ୟ ସ୍ଵାଗତ କରାଯାଇଥିଲା। ମଶାଲ ଯାତ୍ରାକୁ ରାଷ୍ଟ୍ରୀୟ ଯୁବ ସ୍ଵେଚ୍ଛାସେବୀ ଚରଣ ସିଂ ବାଗ, ଦୂର୍ମାନ୍ୟ ଶବର ଓ ଠାକୁର ନାଏକଙ୍କ ନେତୃତ୍ବରେ ବରାଡଙ୍ଗା ସମିତି ସଭ୍ୟ ଗୁପ୍ତେଶ୍ୱର ବାଗ ଓ ମନୋରଞ୍ଜନ ବାଣୁଆ ପ୍ରମୁଖ ଆମପାଣି ବୁଢ଼ାରଜା ପୀଠରୁ ମଶାଲ ନେଇ ଭବାନୀପାଟଣା ଲାଲବାହୁର ଷ୍ଟାଡିୟମ ଅଭିମୁଖେ ବାହାରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.