କଳାହାଣ୍ଡି ଉତ୍ସବ ଧର୍ମଗଡ ଠାରେ କବିତା ପାଠୋତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ଅବସରରେ ଧର୍ମଗଡ ପଞ୍ଚାୟତ ପଡିଆ ଠାରେ ଉତ୍ସବର ଦ୍ଵିତୀୟ ଦିବସରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଛି। କବି ବଙ୍କିମ ମୁଣ୍ଡଙ୍କ ସଭାପତିତ୍ବରେ ଆୟୋଜିତ କବିତା ପାଠୋତ୍ସବ ସଭାରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଧୀମାନ ଚକମା , ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବି, ସାହିତ୍ୟିକ ଚିନ୍ତାମଣି ପାତ୍ର, ବରିଷ୍ଠ ସାମ୍ବାଦିକ ହୃଷିକେଶ ମିଶ୍ର, ପ୍ରାଧ୍ୟାପକ ଲିଙ୍ଗରାଜ ପାତ୍ର, ବରିଷ୍ଠ କବି ଭୁବନେଶ୍ୱର ପୁରୋହିତ,  ବର୍ଷିଆନ କବି ଜହ୍ନୁ ବିଶି ପ୍ରମୁଖ ଯୋଗଦେଇ କହିଥିଲେ କବିତା ପାଠୋତ୍ସବ ମାଧ୍ୟମରେ ଅନେକ ଲୁକ୍କାୟିତ ପ୍ରତିଭାଙ୍କ ସାରସ୍ବତ ସୃଷ୍ଟି ଲୋକ ଲୋଚନକୁ ଆସିପାରୁଛି ବୋଲି ମତବ୍ୟକ୍ତ କରିଥିଲେ। ସଂଜୀବ କୁମାର ମୁଣ୍ଡ ଅତିଥି ପରିଚୟ ପ୍ରଦାନ, ଶାନ୍ତନୁ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ। ମୋହନ ଚରଣ ବିଷି ସଭା ପରିଚାଳନା କରିଥିଲାବେଳେ ଅର୍ଜୁନ ଗୋପାଳ ଓ ସୁରେନ୍ଦ୍ର କୁମାର ସାହୁ କବିତା ସଂଯୋଜନା କରିଥିଲେ। ରାଜେଶ କୁମାର ମୁଣ୍ଡଙ୍କ ପରିଚାଳନାରେ ଆୟୋଜିତ କବିତା ପାଠୋତ୍ସବରେ ଭୁପେନ୍ଦ୍ର ନାଏକ, ବିଦ୍ୟାସିନୀ ସାହୁ, ଅର୍ଜୁନ ବାଗ, ବୈବସୁତ ବିନବରଗିଆ ସହଯୋଗ କରିଥିଲାବେଳେ କଳାହାଣ୍ଡି ଜିଲ୍ଲା ତଥା ପଡୋଶୀ ଜିଲ୍ଲାରୁ ୮୫ଜଣ କବି ଓ କବୟିତ୍ରୀ କବିତା ପାଠ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.