କେଗାଁଠାରେ ବ୍ଲକ ସ୍ଥାପନା ପାଇଁ ଦାବୀ ଯୋର ଧରିଲା; ରାଜସ୍ୱ ମନ୍ତ୍ରୀଙ୍କୁ ଭେଟିଲେ ଅଞ୍ଚଳବାସୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଲେଇ): ବର୍ତ୍ତମାନ ରାଜ୍ୟ ସରକାର ଓଡିଶାରେ ବ୍ଲକ ପୁନଃଗଠନ କରାଯିବ ବୋଲି ପକ୍ରିୟା ଆରମ୍ଭ ହେବ ବୋଲି ଘୋଷଣା କରିବା ପରେ ୧୯୯୩ ମସିହାରୁ କଳହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର କେଗାଁଠାର ବ୍ଲକ ସ୍ଥାପନା ପାଇଁ ଦାବୀ କରିଆସୁଥିବା ଅଞ୍ଚଳବାସୀ ଗତକାଲି ଭବାନୀପାଟଣାଠାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୁଝାରୀଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।ଗୋଲାମୁଣ୍ଡା ବ୍ଲକର କେଗାଁ ଅଞ୍ଚଳ ଏକ ହରିଜନ ଓ ଆଦିବାଶୀ ବହୁଳ ଅଞ୍ଚଳ ହୋଇଥିବା ବେଳେ ଏହି ଅଞ୍ଚଳର ଅନେକ ଗ୍ରାମପଞ୍ଚାୟତର ଲୋକେ ବର୍ତ୍ତମାନ ଗୋଲାମୁଣ୍ଡା ବ୍ଲକକୁ ଯିବାକୁ ହେଲେ ୪୦ ରୁ ୬୦ କିଲୋମିଟର ପଡୁଛି । କେଗାଁଠାରେ ବ୍ଲକ ସ୍ଥାପନ ପାଇଁ ଭୌଗଳିକସ୍ଥିତି ଠିକ ଥିବା ବେଳେ ଏଠାରେ ରଜା ରାଜୁଡା ଅମଳରୁ ଥାନା, ଫରେଷ୍ଟ ରେଞ୍ଜ ଅଫିସ,କେନ୍ଦୁଲିଫ ଅଫିସ, ରାଜସ୍ୱ ବିଭାଗ ଅଫିସ, କୃଷି ବିଭାଗ ଅଫିସ ଓ ବର୍ତ୍ତମାନ ସିଆରପିଏଫ କ୍ୟାମ୍ପ, ଅନେକ ବେସରକାରୀ ଅଫିସ,ଉଚ୍ଚ ବିଦ୍ୟାଳୟ, +୨ ଓ +୩ ମହାବିଦ୍ୟାଳୟ ଅଛି । କେଗାଁ ଜିଲ୍ଲା ପରିଷଦ ଯୋନରେ ୧୦ ଗୋଟି ଗ୍ରାମପଞ୍ଚାୟତ କେଗାଁ, ସିନାପାଲି, ବୋର୍ଡି, କୁହୁରା, ମହାଲିଙ୍ଗ, ଲେତେର, ନୂଆଗାଁ, ଚହକା, ଉଛୁଲା, ବଡଚେରଗାଁ ଥିବା ବେଳେ ଚପ୍ରିଆ,ଖଲିଆପାଲି ଓ ଉଦେଶୃଙ୍ଗ ଗ୍ରାମପଞ୍ଚାୟତ ତଥା ସଦର ବ୍ଲକର ବୋର୍ଡା ଅଞ୍ଚଳର ୪ ଗୋଟି ଗ୍ରାମପଞ୍ଚାୟତ କେଗାଁ ଅତି ନିକଟରେ ଅବସ୍ଥିତ । ଅପରପକ୍ଷରେ ବିଗତ ବର୍ଷମାନଙ୍କରେ ସଦର ବ୍ଲକର କେତେକ ଗ୍ରାମପଞ୍ଚାୟତ ଓ ଦଶପୁର ଜିଲ୍ଲା ପରିଷଦ ଯୋନର କେତେକ ଗ୍ରାମପଞ୍ଚାୟତର ଲୋକେ କେଗାଁଠାରେ ବ୍ଲକ ସ୍ଥାପନ ପାଇଁ ଦାବୀ କରିଥିବା ବେଳେ ବର୍ତ୍ତାମାନ ମଧ୍ୟ କେଗାଁଠାରେ ବ୍ଲକ ସ୍ଥାପନ ହେଲେ ଲକ୍ଷାଧିକ ଲୋକେ ଅନେକ ସୁବିଧା ପାଇ ପାରିବେ । ସୂଚନାଯୋଗ୍ୟ ଯେ କେଗାଁଠାରେ ବ୍ଲକ ସ୍ଥାପନା ପାଇଁ ଅଞ୍ଚଳବାସୀ ୧୯୯୩ ମସିହାରେ ତତକାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରିଥିବା ବେଳେ ୨୦୦୦,୨୦୧୧ ଓ ୨୦୧୬ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଓ ପ୍ରଶାସନଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଥିଲେ । ଆଗାମୀ ଦିନରେ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ଓ ପଞ୍ଚାୟତରାଜ ମନ୍ତ୍ରୀଙ୍କୁ ଭେଟି ବ୍ଲକ ସ୍ଥାପନ ପାଇଁ ଦାବୀ ପତ୍ର ପ୍ରଦାନ କରିବେ ବୋଲି ଜଣାପଡିଛି । ବିଗତ ବର୍ଷରେ ବ୍ଲକ ସଂପ୍ରସାରଣ ହୋଇ ପରିନଥିବ ବେଳେ ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାର ବ୍ଲକ ସଂପ୍ରସାରଣ ପାଇଁ ପକ୍ରିୟା ଆରମ୍ଭ କରିଥିବା ବେଳେ ହରିଜନ ଓ ଆଦିବାଶୀ ବହୁଳ କେଗାଁ ଅଞ୍ଚଳର ଲୋକେ କେଗାଁଠାରେ ବ୍ଲକ ସ୍ଥାପନ ହେଲେ ଅଞ୍ଚଳର ଲୋକେ ଉପକୃତ ହେବେ ବୋଲି ଅଞ୍ଚଳର ଚର୍ଚ୍ଚା ଯୋର ଧରିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.