ଅଷ୍ଟ ପ୍ରହର ନାମଯଜ୍ଞ ପାଇଁ ଶୁଭଖମ୍ବ ସ୍ଥାପନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ଇନ୍ଦ୍ରାବତୀ ତଳ କଲୋନୀ ପୁରୁଣା ଷ୍ଟୋର ରୁମ ଠାରେ ଆସନ୍ତା ଫେବୃଆରୀ ୧୦ ତାରିଖ ହେବାକୁ ଥିବା ଅଷ୍ଟ ପ୍ରହର ନାମଯଜ୍ଞ ପାଇଁ ଶୁକ୍ରବାର ଭୂମିପୂଜନ ଓ ଶୁଭଖମ୍ବ ସ୍ଥାପନ କାର୍ଯ୍ୟ ଏକ ଭକ୍ତିମୟ ପରିବେଶରେ ସମାପନ ହୋଇଛି। ମୁରଲୀଧର ବିଶି ସପତ୍ନୀକ ସୁଭଦ୍ରା ବିଶି ନାମଯଜ୍ଞ କର୍ତ୍ତା ଦାୟିତ୍ୱରେ ରହିଥିବା ବେଳେ ପୂଜକ ଉମାଶଙ୍କର ଦାସ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ।ଏହି ଶୁଭଖମ୍ବ ସ୍ଥାପନରେ ମନୋହର ବିଶି, ସୁଦର୍ଶନ ବେହେରା,ଅମିତ ପଣ୍ଡା, ବେଣୁଧର କାଣ୍ଡ, ବିପିନ୍ଦ୍ର ଶବର, କୁମୁଦକାନ୍ତ ବେହେରା, ଘନଶ୍ୟାମ ଦାସ, ମହେଶ୍ୱର କାଣ୍ଡ, ଯଶୋବନ୍ତ ନେଗୀ, ପରମେଶ୍ୱର କାଣ୍ଡ, ରଥ ନାଗ ସମେତ ମାଁ ଆଦିଶକ୍ତି ସଂକୀର୍ତ୍ତନ ମଣ୍ଡଳୀ ଓ ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.