୩୬ ତମ ସର୍ବଭାରତୀୟ ଲାଲମନି କ୍ରିକଫେଷ୍ଟ ଉଦଘାଟିତ

ଆଜି ସୁନ୍ଦରଗଡ ଓ ସୁବର୍ଣ୍ଣପୁର ମଧ୍ୟରେ ପ୍ରଥମ ମ୍ୟାଚ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ସୋନପୁର ଗାନ୍ଧି ଷ୍ଟାଡିୟମ୍ ଠାରେ ଆୟୋଜିତ ହୋଇଥିବା ୩୬ ତମ ସର୍ବଭାରତୀୟ ଲାଲମନି କ୍ରିକଫେଷ୍ଟ୍ ୨୦୨୫ ଶନିବାର ସନ୍ଧ୍ୟା ୭ଟା ବେଳେ ମହାସମାରୋହରେ ଶୁଭ ଉଦ୍ଘାଟନ ହୋଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୋନପୁର ବିଧାୟକ ଶ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେଇ ଏହାକୁ ଶୁଭ ଉଦ୍ଘାଟନ କରି ଲାଲମନି କ୍ରିକେଟ ସୁବର୍ଣ୍ଣପୁର ଜିଲ୍ଲାର ମର୍ଯ୍ୟାଦା ବଢ଼ାଇଛି। ଏଣୁ ଏହି ଟୁର୍ନାମେଣ୍ଟ କିଭଳି ଆହୁରି ବ୍ୟାପକ ସ୍ତରରେ ପ୍ରତିଷ୍ଠା ହେବ, ଖେଳ ଶୃଙ୍ଖଳା ହେବ ଓ ଷ୍ଟାଡିୟମର ସୋନ୍ଦର୍ଯ୍ୟ ବଢ଼ିବ ସେ ଦିଗରେ ସମସ୍ତ ସିଟିଜେନ ଯତ୍ନବାନ ହେବାକୁ ମତ ରଖିଥିଲେ। ସମ୍ମାନିତ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ତାମସି ତାମସ୍ମିତା ନାଏକ, କ୍ରିକେଟ ସଂଘ ସଭାପତି ଶ୍ରୀ ରାମ ଶଙ୍କର ସାହୁ, ସଂପାଦକ ପ୍ରଦୀପ କୁମାର ସେଠୀ, ବରିଷ୍ଠ ସଦସ୍ୟ ବି ସତ୍ୟ ନାରାୟଣ ରାଓ ଯୋଗ ଦେଇଥିଲେ। ସମସ୍ତ କ୍ରିକେଟ ଟିମର ଫ୍ରାଞ୍ଚାଇଜ୍ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ସମ୍ବର୍ଧିତ କରାଯାଇଥିଲା। ସଭାପତି ଶ୍ରୀ ସାହୁ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ବି.ସତ୍ୟ ନାରାୟଣ ରାଓ ଧନ୍ୟବାଦ୍ ଅର୍ପଣ କରିଥିଲେ। ପରେ ପରେ ଏହି ଷ୍ଟାଡିୟମ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା। ସଙ୍ଗୀତକାର ବ୍ରହ୍ମା କୁମ୍ଭାର ଟ୍ରୁପ୍ କଳାକାର ଙ୍କ ଦ୍ବାରା ସଂଗୀତ ପରିବେଷଣ କରଯାଇଥିବା ବେଳେ ଗେଷ୍ଟ ଆର୍ଟିଷ୍ଟ୍ ସଜନୀ… କାଣା ହୋଇଗଲା ଗୀତ ର ଫେମସ ସିଙ୍ଗର ଅମର ଦାସଙ୍କ ସଂଗୀତ ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା। ଆଜି ୧୯ ତାରିଖ ରବିବାରରେ ଏହି କ୍ରିକେଟର ପ୍ରଥମ ମ୍ୟାଚ୍ ସୁନ୍ଦରଗଡ଼ ନବ ଜୀଵନ କ୍ରିକେଟ ଟିମ୍ ଓ ସୋନପୁର ଜିଲ୍ଲା କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଟିତ ହେବ। ଦର୍ଶକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଖେଳ ପଡିଆର ଶୃଙ୍ଖଳା ଓ ଖେଳାଳିଙ୍କ ସୁରକ୍ଷା ଲାଗି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.