ବାଲେଶ୍ଵରରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା କୋଶମ୍ୱ-୨୦୨୫ ଉଦଯାପିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସ୍ଥାନୀୟ ପୋଲିସ ଲାଇନ ପଡିଆରେ ୬ ଦିନ ଧରି ଚାଲିଥିବା ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା କୋଶମ୍ୱ-୨୦୨୫ ଗତକାଲି ଉଦଯାପିତ ହୋଇଯାଇଛି I ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସଭାରେ ଜଳେଶ୍ବର ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ପାତ୍ର, ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା, ଭୋଗରାଇ ବିଧାୟକ ଶ୍ରୀ ଗୌତମବୁଦ୍ଧ ଦାସ, ବାଲେଶ୍ୱର ପୌରଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ, ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାୟକ ଓ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ I

ଏହି ସଭାରେ କୋଶମ୍ୱ-୨୦୨୫ ମହୋତ୍ସବରେ ବିଭିନ୍ନ ବିଭାଗରେ ଭଲ ପ୍ରଦର୍ଶନ କରିଥିବା ବିଭିନ୍ନ ବିଭାଗ ଏବଂ ଅଂଶଗ୍ରହଣକାରୀଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ I ବିଗତ ୬ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତତନ୍ତ, ହସ୍ତଶିଳ୍ପ, ପାରମ୍ପାରିକ ବସ୍ତ୍ର ଏବଂ ସ୍ଥାନୀୟ ସୁସ୍ୱାଦୁ ଖାଦ୍ୟ ସହିତ ଏକ ଅନନ୍ୟ ସପିଂ ଅଭିଜ୍ଞତା ନେଇ ମହୋତ୍ସବର ଭରପୁର ମଜା ଉଠାଇଥିଲେ ବାଲେଶ୍ୱର ଜନସାଧାରଣ I

ପାରମ୍ପରିକ ନୃତ୍ୟ, ବାଦ୍ୟଯନ୍ତ୍ରର ଏକ୍ସଟ୍ରାଭାଗାନଜା ଏବଂ ନାଟ୍ୟ ଉପସ୍ଥାପନା ଦ୍ୱାରା ଅନେକ ଶିକ୍ଷଣୀୟ ବାର୍ତ୍ତା ପ୍ରଦର୍ଶନ କରିଥିଲେ ବାଲେଶ୍ୱର, ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନେ I ଉଦଯାପନୀ ସମାରୋହରେ ମୁଖ୍ୟ ଆକର୍ଷଣ ଭାବେ ପ୍ରଖ୍ୟାତ କଣ୍ଠଶିଳ୍ପୀ ସ୍ୱୟଂ ପାଢ଼ୀ ଓ ସୁଜ୍ଞାନୀ ମହାପାତ୍ରଙ୍କ ସଙ୍ଗୀତ ପରିବେଷଣରେ ବିଭୋର ହୋଇଥିଲେ ଦର୍ଶକ I କୋଶମ୍ଭ-୨୦୨୫ ର ଉଦଯାପନୀ ସନ୍ଧ୍ୟାରେ ବହୁ ସଂଖ୍ୟାରେ ଯୋଗ ଦେଇ ବାଲେଶ୍ୱରର ଜନସାଧାରଣ ଏହି ମହାସମାରୋହକୁ ଉପଭୋଗ କରିଥିଲେ I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.