ପାପଡ଼ାହାଣ୍ଡି ବ୍ଳକର ବିଭିନ୍ନ ବିଦ୍ୟାଳୟରେ ନେତାଜୀ ସୁବାଷ ବୋଷଙ୍କ ଜୟନ୍ତି ପାଳନ

ଓଡ଼ିଆ ବାର୍ତ୍ତା/ ନବରଙ୍ଗପୁର: ପାପଡ଼ାହାଣ୍ଡି ବ୍ଳକର ଡୁମୁରି ପଦର ସରକାରୀ ପ୍ରାଥମିକ ବିଦ୍ୟାଳୟ, ପକନା ଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ସମେତ ବିଭିନ୍ନ ବିଦ୍ୟାଳୟରେ ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ପାପଡ଼ାହାଣ୍ଡି ବ୍ଳକର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ପଣ୍ଡା ନିଜସ୍ଵ ହାତରୁ ମୂର୍ତ୍ତି ସମୁହ ତିଆରି କରି ଦିବସ ପାଳନରେ ପ୍ରତିମୂର୍ତ୍ତିରେ ମାଲ୍ୟ ଅର୍ପଣ କରି ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି। କୁନି ପିଲାମାନେ ନେତାଜୀ ଜୟନ୍ତି ପାଳନରେ ମୁଁ ବି ସୁବାଷ ବୋଷ ହେବି ଏଭଳି ଚିନ୍ତା ଧାରାର ଉଦ୍ଭବ ପାଇଁ ଶିକ୍ଷକ ଓ ସି.ଆର.ସି.ସି.ଙ୍କ କାର୍ଯ୍ୟ ଧାରାକୁ ବିଦ୍ୟାଳୟର ପରିଚ଼ାଳନା କମିଟି ଓ ଗ୍ରାମବାସୀ ପ୍ରଶଂସା କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.