ପାପଡାହାଣ୍ଡି ସରକାରୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ କ୍ରିଡ଼ା ଉତ୍ସବ

ଓଡ଼ିଆ ବାର୍ତ୍ତା/ ନବରଙ୍ଗପୁର: ପାପଡାହାଣ୍ଡି ସରକାରୀ ଆଶ୍ରମ ବିଦ୍ୟାଳୟରେ ଏକ ଦିବସୀୟ ବାର୍ଷିକ କ୍ରିଡା ଉତ୍ସବ ଉଦଘାଟିତ ହୋଇଛି। ସେମଳା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କ୍ରୀଡ଼ା ପତାକା ଉତ୍ତୋଳନ ଓ ଦୀପ ପ୍ରଜ୍ବଳନ କରି କାର୍ଯ୍ୟର ଆରମ୍ଭ କରିଥିଲେ। ବୈଠକରେ ସଭାପତି ସଂଗ୍ରାମ ସଗରିଆ, ପ୍ରଧାନ ଶିକ୍ଷୟିତ୍ରୀ ସବିତା ମଜୁମଦାର, ସହକାରୀ ଶିକ୍ଷକ ଅସିତ ନାୟକ, ଧନେଶ୍ୱର ନାୟକ, ପିଙ୍କି ସାହୁ, ଚ଼ିତ୍ରସେନ ରାଉତ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ବିଏସ ପଦର ବିଦ୍ୟାଳୟ ଖେଳ ଶିକ୍ଷକ ସପନ କୁମାର ବୈରାଗୀ ସମସ୍ତ ପ୍ରତି ଯୋଗିତା କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ। ପିଲାମାନଙ୍କୁ ଦୌଡ଼ ପ୍ରତିଯୋଗିତା, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ସଟଫୁଟ, ଭଲିବଲ, କ୍ରିକେଟ, ରିଙ୍ଗ ବଲ ପ୍ରତିଯୋଗିତା ଜୁନିୟର ଓ ସିନିୟର ଗ୍ରୁପର ରେ କୃତିତ୍ୱ ପିଲାମାନଙ୍କୁ ପୁରସ୍କାର ବିତରଣ ପାଇଁ ବ୍ୟବସ୍ଥା କରିଥିଲେ। ସହକାରୀ ଶିକ୍ଷକ ଅସିତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.