ବଲାଙ୍ଗୀରର ୪ଜଣ ପାଇବେ ଜାତୀୟ ଫେଲୋସିପ୍ 

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ଭାରତ ସରକାରଙ୍କର ସଂସ୍କୃତି ମନ୍ତ୍ରାଳୟ ଓ CCRT ନୂଆ ଦିଲ୍ଲୀ ତରଫରୁ ୨୦୨୨-୨୩ ମସିହା ପାଇଁ ଜାତୀୟସ୍ତରରେ ଗବେଷକ ଭାବରେ ବଲାଙ୍ଗିର ଜିଲ୍ଲାର ବରିଷ୍ଠ (ସିନିଅର‌) ଫେଲୋସିପ୍ ପୁରସ୍କାର ପାଇଁ ୪ଜଣଙ୍କୁ ଯଥା ବରିଷ୍ଠ କଳାକାର ତଥା ନୃତ୍ୟଗୁରୁ ଶ୍ରୀଯୁକ୍ତ ମନୋରଂଜନ ପଟେଲଙ୍କୁ ଲୋକନୃତ୍ୟ କ୍ଷେତ୍ରରେ, ବରିଷ୍ଠ କଳାକାର ଶ୍ରୀଯୁକ୍ତ କୀର୍ତି ରଂଜନ ସିଂଙ୍କୁ ଲୋକନାଟକ କ୍ଷେତ୍ରରେ, ଗଣାବଜାର ବରିଷ୍ଠ ଗୁରୁ ଶ୍ରୀଯୁକ୍ତ ଜପ ମୁଗ୍ରୀଙ୍କୁ ଲୋକସଙ୍ଗୀତ କ୍ଷେତ୍ରରେ ଏବଂ ଢୋଲ୍ ମୁହୁରୀ କଳାପରିଷଦର ଅଧ୍ୟକ୍ଷ ତଥା ବରିଷ୍ଠ ଲୋକଗୀତ ଗାୟକ ଗୁରୁଶ୍ରୀ ନୀଳାଞ୍ଚଳ ନନ୍ଦଙ୍କୁ ଲୋକଗୀତ କ୍ଷେତ୍ରରେ ମନୋନୀତ କରାଯାଇଛି । କଳା ପ୍ରତି ସମର୍ପିତ ଏହି ୪ଜଣଙ୍କ ନାମ ଫଳାଫଳରେ ପ୍ରକାଶିତ ହେବା ପରେ ବଲାଙ୍ଗିର ଜିଲ୍ଲା ତଥା ପଶ୍ଚିମ ଓଡିଶାର ସମସ୍ତ କଳାକାର, କଳାପ୍ରେମୀ ଏବଂ ଜ୍ଞାନୀ ଗୁଣିଜନଙ୍କ ମୁହଁରେ ହସର ଲହରୀ ଖେଲିଯାଇଛି । ଆମର ଅସ୍ତିତାକୁ ସାରା ଭାରତରେ ଗବେଷଣା କରି ଏକ କୀର୍ତି ଅର୍ଜନ କରିବା ପାଇଁ ମନୋନୀତ କଳାକାରମାନେ ମତ ପ୍ରକାଶ କରନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.