ଟିକ୍ରାପଡ଼ା ପଦ୍ମଲୋଚନ କଲେଜରେ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ

ଓଡ଼ିଆ ବାର୍ତ୍ତା / ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଟିକ୍ରାପଡ଼ା ସ୍ଥିତ ପଦ୍ମଲୋଚନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି | ମାଷ୍ଟର ଟ୍ରେନର ସଙ୍ଗୀତା ଘିଭେଲା, ପୂଜା ମହାନନ୍ଦ ତାଲିମ ପ୍ରଦାନ କରିଥିଲେ | ଶିବିର ୧୦ ଦିନ ଧରି ଚାଲିବ | କଲେଜ ଅଧ୍ୟକ୍ଷ ପରାଶର ସାହୁଙ୍କ ଅଧ୍ୟକ୍ଷତା ଓ ପ୍ରୋଗ୍ରାମ କୋର୍ଡିନେଟର ତଥା ଖେଳ ଶିକ୍ଷକ ଆଶୁତୋଷ ରାଜପଲିଆଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ରାଜନୀତି ବିଜ୍ଞାନ ଅଧ୍ୟାପକ ଅଭୟ ଚୌଧୁରୀ, ଇଂରାଜୀ ଅଧ୍ୟାପକ ଲୋକନାଥ ବେହେରା ଅତିଥି ଭାବେ ଯୋଗ ଦେଇ ଆତ୍ମରକ୍ଷା କୌଶଳର ମହତ୍ତ୍ୱ ସମ୍ବନ୍ଧରେ ବୁଝାଇଥିଲେ | ଶେଷରେ କିରାଣୀ ଅନ୍ତର୍ଯ୍ୟାମୀ ରାଜପଲିଆ ଧନ୍ୟବାଦ ଅର୍ପଣ କରିଥିଲେ | ବ୍ରଜରାଜ ରାଜପଲିଆ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.