ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନବ ନିଯୁକ୍ତ କଳାହାଣ୍ଡି ଡିଇଓ ରାଧାକାନ୍ତ ଛତ୍ରୀଙ୍କୁ ନର୍ଲା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଡିଇଓ ଶ୍ରୀ ଛତ୍ରୀ ନର୍ଲା ବିଇଓ କାର୍ଯ୍ୟାଳୟ ପରିଦର୍ଶନ ଅବସରରେ ସଂଘର ସଭାପତି ମୀନକେତନ ସାହୁ, ସାଧାରଣ ସମ୍ପାଦକ ଅମିତ କୁମାର ଶର୍ମା, ବଲବସପୁର ସିଆରସିସି ଜଗଦୀଶ ଚନ୍ଦ୍ର ସାହୁଙ୍କ ସମେତ ସଂଘର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।