ବ୍ଲକସ୍ତରୀୟ ସଅଳ ରୋଗ ଚିହ୍ନଟ ଓ ଚିକିତ୍ସା ଶିବିର ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୋନପୁର ବ୍ଲକ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସଅଳ ରୋଗ ଚିହ୍ନଟ ଓ ଚିକିତ୍ସା ଶିବିର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଲଛିପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ୱାସ୍ଥ୍ୟ ଶିବିରରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ନାଇକେନପାଲିର ଭାରପ୍ରାପ୍ତ ଅଧିକାରୀ ଡ଼ ରାମଶଙ୍କର ତ୍ରିପାଠୀ ଯୋଗଦେଇ ସ୍ୱାସ୍ଥ୍ୟ ଶିବିର ଶୁଭାରମ୍ଭ କରିଥିଲେ।

ଏହି ସ୍ଵାସ୍ଥ୍ୟ ଶିବିରରେ ଜନ୍ମରୁ ୧୮ ବର୍ଷ ବୟସର ଶିଶୁ ମାନଙ୍କ ରୋଗ ଚିହ୍ନଟ ସହ ସେମାନଙ୍କୁ ସ୍ଵାସ୍ଥ୍ୟସେବା ପ୍ରଦାନ କରାଯାଇଥିଲା। ଏହି ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଲଛିପୁର ଭାରପ୍ରାପ୍ତ ଅଧିକାରୀ ଡ. ସରୋଜ କୁମାର ମେହେର ଓ ଡ଼. ଦେବବ୍ରତ ନାଇକଙ୍କ ତତ୍ୱାବଧାନ ପରିଚାଳନା କରାଯାଇଥିଲା। ଏହି ସ୍ୱାସ୍ଥ୍ୟ ଶିବିରରେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡ଼ିଇଆଇସି ର ଅଭୟ ଲେଙ୍କା (Audiologist), ଡ.ସାଗରିକ ରଥ (physiotherapist) ରତନ ବିଶ୍ୱାଳ (Special Educator )ଓ ଡ.ସତ୍ୟନାରାୟଣ ପଣ୍ଡା (Dentist ) ଯୋଗଦାନ ଦେଇଥିଲେ ଓ ସମସ୍ତ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।

ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ତୁଲାଇବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରର RBSK ଟିମର ଡ଼.ସରୋଜ କୁମାର ପଟେଲ, ଡ଼. ଚିତ୍ତରଞ୍ଜନ ତ୍ରିପାଠୀ, ଡ଼. ଲୋପାମୁଦ୍ରା ପଧାନ, ଫାର୍ମାସିଷ୍ଟ ହୃଷିକେଶ ମିଶ୍ର, ଛନ୍ଦା ଚରଣ ପୁରୋହିତ, ପ୍ରଶାନ୍ତ ସାହୁ, ସାର୍ଥକ ରଞ୍ଜନ ବହିଦାର, ଅଜିତ ମହାଳିଙ୍ଗ, ଅଞ୍ଚଳ ମଟାରୀ, ଅନିଲ ମହାଳିଙ୍ଗ, ରୋଜାଲିନ ଧଳ ମହିଳା ସ୍ୱାସ୍ଥ୍ୟକର୍ମୀ ଗୀତାଞ୍ଜଳି ସାହା, ଶୁଭଲଷ୍ମୀ ବାଗ ଓ ଆଶା ଦିଦି ମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.