ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଥୁଆମୂଳ ରାମପୁର ସ୍ଥିତ ମା ମାଣିକେଶ୍ୱରୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଗତ ଆଠଦିନ ଧରି ଚାଲିଥିବା ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଏଥିରେ ସ୍ଥାନୀୟ ଅଗ୍ନିଶମ ଅଧିକାରୀ ବନମାଳୀ ପୁଝାରି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ଅଧ୍ୟାପକ ବବୃ ବାହାନ ବୁଦ୍ଧିଆ, ଅଧ୍ୟାପକ ଶେଖ ଅଖଟର, ବନ ବିହାରୀ ପରିଡା ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ। ନୋଡାଲ ଅଫିସର ଅଧ୍ୟାପକ ସରୋଜ କୁମାର ପାଟ୍ଟଯୋଶୀ କାର୍ଯ୍ୟକ୍ରମ ପରିଚାଲନା କରିଥିଲେ। ଏଥିରେ ୧୧୮ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ମୁଖ୍ୟ ଅତିଥି ସମସ୍ତ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ।





