ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଟିକ୍ରାପଡ଼ା ସ୍ଥିତ ଶିଶୁ ସୈନିକ ସ୍କୁଲରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଫାଇଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ସ୍କୁଲ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୋଟିଭେଟର ଉର୍ମିଳା ତାଣ୍ଡି, ଆଶା କର୍ମୀ ମଞ୍ଜୁଲତା ବଗର୍ତ୍ତୀ ଵକ୍ତା ଭାବେ ଯୋଗ ଦେଇ ଫାଇଲେରିଆ ନିରାକରଣ ଅଭିଯାନ ସମ୍ବନ୍ଧରେ ବୁଝାଇଥିଲେ | ବୈଜୟନ୍ତୀ ମହାକୁର, ଲଷ୍ମୀ ନାଗ, ଶ୍ରଦ୍ଧାଞ୍ଜଳି ଦାଶ, ଦିଲୀପ ମିର୍ଦ୍ଧା ପ୍ରମୁଖ ଶିକ୍ଷୟିତ୍ରୀ ଶିକ୍ଷକ ମଞ୍ଚାସିନ ରହିଥିଲେ | ବନ୍ଦନା ରଣା, ସଙ୍ଗୀତା ବାଗ, ସାବିତ୍ରୀ ରାଜପଲିଆ, ନବକିଶୋର ନାଗ, ପ୍ରହ୍ଲାଦ ସିନ୍ଧ୍ରୀଆ ପ୍ରମୁଖ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସମେତ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ |





