ଜାତୀୟ ପାରା ତୀରନ୍ଦାଜ ଚମ୍ପିୟାନସିପର ଚମ୍ପିୟାନ ପାୟଲଙ୍କୁ ନିଜେ ପଢ଼ୁଥିବା କଲେଜରେ ଦିଆଗଲା ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ରାଜସ୍ଥାନର ଜୟପୁର ଠାରେ ଅନୁଷ୍ଠିତ ୬ଷ୍ଠ ଜାତୀୟ ପାରା ତୀରନ୍ଦାଜ ଚମ୍ପିୟାନସିପର ଚମ୍ପିୟାନ ଭିନ୍ନକ୍ଷମ ପାୟଲ ନାଗଙ୍କୁ ସେ ନିଜେ ପଢୁଥିବା ସଇଁନ୍ତଳା ବ୍ଲକ ଟିକ୍ରାପଡ଼ା ସ୍ଥିତ ପଦ୍ମଲୋଚନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବର୍ଦ୍ଧନା ଦିଆଯାଇଛି | କଲେଜ ଅଧ୍ୟକ୍ଷ ପରାଶର ସାହୁ ସମ୍ବର୍ଦ୍ଧନା ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ରାଜନୀତି ବିଜ୍ଞାନ ଅଧ୍ୟାପକ ଅଭୟ ଚୌଧୁରୀ, ଇଂରାଜୀ ଅଧ୍ୟାପକ ଲୋକନାଥ ବେହେରା, କିରାଣୀ ଅନ୍ତର୍ଯ୍ୟାମୀ ରାଜପଲିଆ ଅତିଥି ଭାବେ ଯୋଗଦେଇ ପାୟଲ ପାଇଁ ଦେଶବାସୀ ଗର୍ବ ଅନୁଭବ କରିବା ସହ ତାଙ୍କଠୁ ଯୁବସମାଜ ପ୍ରେରଣା ଗ୍ରହଣ କରୁଛନ୍ତି ବୋଲି କହିଥିଲେ | ଏହି ଅବସରରେ ପାୟଲଙ୍କୁ ଉପଢୌକନ, ମାନପତ୍ର ସହ ୫ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା | ଖେଳ ଶିକ୍ଷକ ଆଶୁତୋଷ ରାଜପଲିଆ ଧନ୍ୟବାଦ ଅର୍ପଣ କରିଥିଲେ | ବ୍ରଜରାଜ ରାଜପଲିଆ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ସୂଚନାଯୋଗ୍ୟ, ମୁରିବାହାଲ ବ୍ଲକ ଯମୁନାବାହାଲ ଗାଁର ବିଜୟ ନାଗ ଓ ଜନତା ନାଗଙ୍କ ଝିଅ ପାୟଲ ଏବେ ଟିକ୍ରାପଡ଼ା ସ୍ଥିତ ପଦ୍ମଲୋଚନ କଲେଜରେ +୨ ପ୍ରଥମ ବର୍ଷର ଛାତ୍ରୀ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.