ଶକ୍ତିମୟୀ ଫାଉଣ୍ଡେସନ ଓ ବେଦାନ୍ତ ଲାଞ୍ଜିଗଡ଼ ତରଫରୁ ସ୍ବଚ୍ଛତା ଓ ରକ୍ତହୀନତା ସଚେତନତା କାର୍ଯକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜିଲ୍ଳାର ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଶକ୍ତିମୟୀ ଫାଉଣ୍ଡେସନ। ମହାଶକ୍ତି ଫାଉଣ୍ଡେସନ ଦ୍ବାରା ଓ ବେଦାନ୍ତ ଲାଞ୍ଜିଗଡ ସହାୟତାରେ ସ୍ବଚ୍ଛତା ଓ ରକ୍ତହୀନତା ସଚେତନତା କାର୍ଯକ୍ରମ ଯୋଡବନ୍ଧ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଡକ୍ଟର ଜୟଶ୍ରୀ କେତନ ମହାପାତ୍ର, ବେଦାନ୍ତ ହସ୍ପିଟାଲ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ବନ୍ଧରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ ଓ ତାଙ୍କ ସହକର୍ମୀ ସସ୍ମିତା ମାର୍ଥା, ମହିଳା ସ୍ୱାସ୍ଥ୍ୟ କର୍ମୀ ପ୍ରୀତି ସାହା ବିଶ୍ୱାସ, ହସ୍ପିଟାଲ ସଂଯୋଜକ ମହେନ୍ଦ୍ର କୁମାର ନିଆଲ, କମ୍ୟୁନିଟି ମ୍ୟାନେଜର ଯୋଗଦାନ କରିଥିଲେ ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ମାଝୀ ଓ ସହକର୍ମୀ ବୃନ୍ଦ ସମ୍ପୂର୍ଣ୍ଣ ସହାୟତା କରିଥିଲେ। ମହେନ୍ଦ୍ର କୁମାର ନିଆଲ ଗୀତ ଏବଂ ଖେଳ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପାଇଖାନାର ବ୍ୟବହାର, ହାତ ଧୋଇବା ପ୍ରକ୍ରିୟା ଇତ୍ୟାଦି ସମ୍ବନ୍ଧରେ ବୁଝାଇଥିଲେ । ଶକ୍ତିମୟୀ ଫାଉଣ୍ଡେସନର ସଭାନେତ୍ରୀ ଯଶୋଦା ବେହେରା, ପ୍ରକଳ୍ପ ମୁଖ୍ୟ ସୁଶ୍ରୀ ପ୍ରିୟଦର୍ଶିନୀ ହୋତା, ସଖୀ ପ୍ରକଳ୍ପରୁ ଶ୍ରୁତି, ସୁବର୍ଣ୍ଣ, ଯଶୋଦା କାର୍ଯକ୍ରମର ଆୟୋଜନ କରିଥିଲେ।

ମୋଟ ୯୦ ଜଣ ଛାତ୍ରୀଙ୍କ ହେମୋଗ୍ଲୋବିନ ପରୀକ୍ଷା କରାଯାଇଥିଲା। ଯେଉଁଥିରେ ସର୍ବାଧିକ ହେମୋଗ୍ଲୋବିନ ପ୍ରତିଶତ ୧୪.୯ ଏବଂ ସର୍ବନିମ୍ନ ୮.୮ ଥିଲା। କୌଣସି ରକ୍ତହୀନତା ଚିହ୍ନଟ ହୋଇନଥିଲା। ମଧ୍ୟମ ରକ୍ତହୀନ ପିଲାମାନଙ୍କୁ ଉତ୍ତମ ପୁଷ୍ଟିକର ଖାଦ୍ୟ ଅନ୍ତର୍ଭୁକ୍ତ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ୧୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆଜିର କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

ଆଗାମୀ ଦିନମାନଙ୍କରେ ଶକ୍ତିମୟୀ ଫାଉଣ୍ଡେସନ ଓ ବେଦାନ୍ତ ଲାଞ୍ଜିଗଡ ତରଫରୁ ବିଭିନ୍ନ ବିଦ୍ୟାଳୟ ଓ ଗ୍ରାମରେ ଏହି ସ୍ବଚ୍ଛତା ଓ ରକ୍ତହୀନତା ସଚେତନତା କାର୍ଯକ୍ରମ, ଋତୁସ୍ରାବ ଜନିତ ସଚେତନତା ପ୍ରଭୃତି କାର୍ଯ୍ୟକ୍ରମ କରିବାର ଯୋଜନା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.