କଳସ ଯାତ୍ରାରୁ ଆରମ୍ଭ ହେଲା ପାତାଳି ମହୋତ୍ସବ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲାର କୋଟସମଲାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ର ଠାରେ ୨୦ତମ ପାତାଳି ମହୋତ୍ସବ -୨୦୨୫ ଜାନୁୟାରୀ ୩୦ ରୁ ଫେବୃଆରୀ ୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବାବେଳେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଏଥିପାଇଁ ଶତାଧିକ ମହିଳା କୋଟସମଲାଇ ଗ୍ରାମ ରୁ ଜଳପୂର୍ଣ୍ଣ କଳସି ମୁଣ୍ଡରେ ବୋହି ପୂଜା ସ୍ଥଳୀ କୁ ଆଣି ସ୍ଥାପନ କରିଥିଲେ। ଅଧିବାସର ପରବର୍ତ୍ତୀ ଦିନ ୫୬ ପ୍ରହରୀ ନାମ ଯଜ୍ଞ, ଭାଗବତ ସପ୍ତାହ ପାରାୟଣ, ଘୃତ ଯଜ୍ଞ ସହ ଶ୍ରୀ ଜଗନ୍ନାଥଙ୍କ ଦୁର୍ଲଭ ବେଶ ଅନୁଷ୍ଠିତ ହେବ। ଏ ଅବସରରେ ପ୍ରତ୍ୟେକ ଦିନ ସଂଧ୍ୟାରେ ଧର୍ମସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ।

ବିଶେଷ କରି ଆସନ୍ତା ୧ତାରିଖ ରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପଦ୍ମ ମୁଖ ବେଶ ଅନୁଷ୍ଠିତ ହେବ ଓ ୬ତାରିଖ ରେ ପୂର୍ଣ୍ଣାହୁତି ହେବ। ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଜନସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ପାତାଳି ଶ୍ରୀକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.