ବିପଦସଙ୍କୁଳ ଅବସ୍ଥାରେ ଲାଞ୍ଜିଗଡ ଆଶ୍ରମପଡାର ଟ୍ରାନ୍ସଫର୍ମର : ବିଦ୍ୟୁତ ବିଭାଗ ଦୃଷ୍ଟି ଦିଅନ୍ତୁ

ଲାଞ୍ଜିଗଡ଼,୨୫/୭ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଆଶ୍ରମପଡାର ଚଣାଲିମା ଛକଠାରେ ଥିବା ୧୦୦କେଭି ଟ୍ରାନ୍ସଫର୍ମର ବିପଦ ସଂକୁଳ ଅବସ୍ଥାରେ ପଡିରହିଛି। ଏହା ଲାଞ୍ଜିଗଡ଼ – ବିଶ୍ୱନାଥପୁର ପିଡ଼ବ୍ଲୁଡି ମୁଖ୍ୟ ରାସ୍ତା କଡରେ ଥିବାବେଳେ ଏହାର କଟଆଉଟ ବାକ୍ସଟି ତଳେ ଥାଇ ସମ୍ପୂର୍ଣ୍ଣ ଭାବେ ଖୋଲା ହୋଇ ବହୁଦିନ ହେଲା ପଡି ରହିଛି। ଏହି ବିପଦ ସଂକୂଳ ଟ୍ରାନ୍ସଫର୍ମରର ୨୫ମିଟର ଦୂରରେ ଆଶ୍ରମପଡା ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ରହିଥିବା ବେଳେ ୫୦ମିଟର ଦୂରରେ ଏସଏସଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି। ଏହି ଟ୍ରାନ୍ସଫର୍ମର ଚାରିପାଶ୍ୱରେ ସର୍ବଦା କୁନିକୁନି ଛାତ୍ରଛାତ୍ରୀ ମାନେ ଖେଳୁଥିବା ବେଳେ ଛେଳି, ଗାଈ ଗୋରୁଙ୍କ ପାଇଁ ସର୍ବଦା ବିପଦ ରହିଛି। ଏହାକୁ ନେଇ ଆଶ୍ରମ ପଡ଼ାବାସୀ ବିଦ୍ୟୁତ ବିଭାଗକୁ ବାରମ୍ବାର କହିଲେ ମଧ୍ୟ କେହି ଶୁଣୁ ନାହାନ୍ତି ବୋଲି ଲୋକେ କହିଛନ୍ତି। ବିଦ୍ୟୁତ ବିଭାଗର ଏପରି ଖାମଖିଆଲି ମନୋଭାବ ଯୋଗୁଁ ଏହା ଏହା ଯେକୌଣସି ମୂହୁର୍ତ୍ତରେ କାହାରି ପ୍ରାଣ ନେଇଯିବା ବଡକଥା ନୁହଁ ତେଣୁ ବିଦ୍ୟୁତ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।

 

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.