କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଚୟନ ପ୍ରକ୍ରିୟାରେ ପରିବର୍ତ୍ତନ

ପ୍ରଥମ ଥର ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ୨୦୨୫ ପାଇଁ ପୁସ୍ତକ ଆହ୍ବାନ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ (ରଜତ ବଂଶଳ): କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ଦେଶର ସବୁଠାରୁ ପ୍ରତିଷ୍ଠିତ ସାହିତ୍ୟ ପୁରସ୍କାରର ଚୟନ ପ୍ରକ୍ରିୟା ଏଥର ପରିବର୍ତ୍ତନ ହୋଇଛି। ଏହି ପୁରସ୍କାର ପାଇଁ ଚଳିତ ବର୍ଷ ପୁସ୍ତକ ଆହ୍ବାନ ବ୍ୟବସ୍ଥା ଆରମ୍ଭ କରାଯାଇଛି।

ପ୍ରଥମ ଥର ୨୦୨୫ ବର୍ଷ ପାଇଁ ଏକାଡେମୀ ଦ୍ୱାରା ସ୍ୱୀକୃତିପ୍ରାପ୍ତ ୨୪ଟି ଭାରତୀୟ ଭାଷାରେ ପୁସ୍ତକ ଚୟନ କରିବା ପାଇଁ, ସାହିତ୍ୟ ଏକାଡେମୀ ସିଧାସଳଖ ଲେଖକ, ପ୍ରକାଶକ ଏବଂ ସେମାନଙ୍କ ଶୁଭେଚ୍ଛୁଙ୍କଠାରୁ ପୁସ୍ତକ ଆହ୍ବାନ କରିଛି। ଏ ସମ୍ପର୍କରେ କେନ୍ଦ୍ର ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ ସୂଚନା ଦେଇଛନ୍ତି ଯେ ପୁସ୍ତକ ଦାଖଲ କରିବାର ଶେଷ ତାରିଖ ହେଉଛି ୨୮ ଫେବୃଆରି ୨୦୨୫।

୨୦୨୫ ମସିହାର ପୁରସ୍କାର ପାଇଁ ୨୦୧୯ ରୁ ୨୦୨୩ (ଅର୍ଥାତ୍ ୧ ଜାନୁଆରି ୨୦୧୯ ରୁ ୩୧ ଡିସେମ୍ବର ୨୦୨୩) ମଧ୍ୟରେ ପ୍ରକାଶିତ ପୁସ୍ତକର ଏକ କପି ଏବଂ ଏକାଡେମୀର ୱେବସାଇଟ୍ www.sahitya-akademi.gov.in ରେ ଉପଲବ୍ଧ ଆବେଦନ ଫର୍ମ ସହିତ ବିଚାର ପାଇଁ ପଠାଯାଇପାରିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.