ବଡବନ୍ଧ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା

ଓଡିଆ ବାର୍ତ୍ତା/ ଭୁତିଆରବାହାଲ (ପଞ୍ଚାନନ ଭୋଇ): ବଡବନ୍ଧ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜଗଦୀଶ ପଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାରସମାଲରେ ଅନୁଷ୍ଠିତ ହୋଇଛି।

ଦେଓଗାଁ ପଞ୍ଚୟତ ସମିତି ଅଧ୍ଯକ୍ଷ ଦୟାନିଧି ଖମାରି ମୁଖ୍ଯ ଅତିଥି ରୂପେ ଯୋଗଦେଇ ନିପୁଣ ଓଡ଼ିଶା ମେଳାକୁ ଉଦଘାଟନ କରିଥିଲେ।

ସାରସମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ହୋଲିଶ୍ବର ଧରୁଆ ସଭା ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ଜ୍ୟୋତିଲାଲ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।

ଉଦଯାପନୀ ସଭାରେ ସାରସମାଲ ଗ୍ରାମ ପଞ୍ଚାୟତ ସରପଂଚ ଗୋପାଳ ବାଗଙ୍କ ସମେତ ଶିକ୍ଷକ ବିନାୟକ ଥନାପତି,ଅରବିନ୍ଦ ପଧାନ, ପ୍ରଶାନ୍ତ ଗଡତ୍ୟା, ଜ୍ୟୋସ୍ନା ଷାଣ୍ଢ, ମିକି ଭୋଇ, କୈଲାଶ ଚନ୍ଦ୍ର ଭୋଇ, ରବି ବୁଡେକ, ସୁଜିତ ମିଶ୍ର, ଅଶ୍ବିନୀ ନାଏକ, ମଧୁସୂଦନ ଭୋଇ, ଦିଲିପ ପଧାନ, ଦେବାନନ୍ଦ ନିଷାଦ, ପଦ୍ମଲୋଚନ କୁମ୍ଭାର, ତୃପ୍ତିମୟି ପଧାନ, ନିବେଦିତା ଦାସ, ମଧୁମିତା ଅଲତିଆ, ସସ୍ମିତା ସେଠ, କୁବେର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିବାବେଳେ ଏସଏମସି ସଭାପତି ଗଜପତି ରଣା, ପାଣ୍ଡବ ସେଠ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ଯ ମଣ୍ଡିତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.