ଦେଓଗାଁ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ଭୁତିଆରବାହାଲ (ପଞ୍ଚାନନ ଭୋଇ): ଦେଓଗାଁ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଶାନ୍ତ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦେଓଗାଁରେ ଅନୁଷ୍ଠିତ ହୋଇଛି।

ଦେଓଗାଁ ଗ୍ରାମ ପଞ୍ଚୟତ ସରପଂଚ ନିନା ଛତ୍ରିଆ ମୁଖ୍ଯ ଅତିଥି ରୂପେ ଯୋଗଦେଇ ନିପୁଣ ଓଡ଼ିଶା ମେଳାକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କବିରାଜ ମାଝି ଯୋଗଦେଇଥିଲେ।

ନାକେନସିରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ହାତିସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଆଦିତ୍ୟ ନାରାୟଣ ଦାନୀ ଧନ୍ଯବାଦ ଅର୍ପଣ କରିଥିଲେ। ଦେଓଗାଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅମିତ କୁମାର ସୁନା ସମସ୍ତ ଙ୍କୁ ସ୍ବାଗତ କରିଥିଲେ।

ସର୍ବମୋଟ ୬୨ଟି ଟିଏଲଏମ ମଧ୍ଯରୁ ୫୭ଟି ମୌଳିକ ସଂଖ୍ଯାଜ୍ଞାନ ଏବଂ ୨୨ଟି ସ୍ଋଜନାତ୍ମକ ଟିଏଲଏମ ଥିଲା। ବିଚାରକ ଭାବେ ସିଆରସିସି ଚୁନଚୁନ ନାଗ, ତପନ ନାଗ, ନିର୍ମଳା ସାହୁ ଓ ପଦ୍ମଲୋଚନ ସୁନା ଯୋଗଦେଇଥିଲେ। ଦେଓଗାଁ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ଏଫଏଲଏନ ଶିକ୍ଷକ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.