ବିଦ୍ୟା ଓ ବୁଦ୍ଧିର ଅଧିଷ୍ଠାତ୍ରୀ ଦେବୀ ସରସ୍ଵତୀ  

ଶ୍ରୀପଞ୍ଚମୀ ବା ବସନ୍ତ ପଞ୍ଚମୀ ବୁଦ୍ଧି, ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କ ପୂଜାର ଦିନ। ହିନ୍ଦୁଧର୍ମରେ ସରସ୍ୱତୀଙ୍କୁ ଜ୍ଞାନର ଦେବୀ ବୋଲି ଅଭିହିତ କରାଯାଇଛି। ସେ ବିଦ୍ୟାଦାତ୍ରୀ, ବୁଦ୍ଧି, ସିଦ୍ଧି ଓ ମୁକ୍ତିଦାତ୍ରୀ। ସେ ହେଉଛନ୍ତି ବାକ୍ୟର ଦେବୀ ବାଗ୍‌ଦେବୀ, ବାଣୀ, ଶାରଦା। ମା’ ସରସ୍ୱତୀ, ମା’ ଲକ୍ଷ୍ମୀ ଓ ମା’ କାଳୀ ତିନୋଟି ସ୍ୱରୂପ ଆଦ୍ୟାଶକ୍ତିଙ୍କର। ଜଣେ ମଙ୍ଗଳକାରିଣୀ ଦେବୀ ଭାବେ ପୂଜିତା ମା’ ବିଦ୍ୟାଦାୟିନୀଙ୍କୁ ବିଶେଷ କରି ବିଦ୍ୟାର୍ଥୀ, କଳାକାର, ଗାୟକ, ଲେଖକ ତଥା କବିମାନେ ଉପାସନା କରିଥାନ୍ତି। ଦେବୀଙ୍କ କୃପା ହେଲେ ମୁର୍ଖ ମଧ୍ୟ ପଣ୍ଡିତ ହୋଇଯାଏ। ମତ୍ସ୍ୟ ପୁରାଣରେ କୁହାଯାଇଛି ଯେ, ସମସ୍ତ ବେଦ, ସକଳ ଶାସ୍ତ୍ର, ନୃତ୍ୟ, ଗୀତ ଆଦି ଗାର୍ନ୍ଧବ ବିଦ୍ୟା ହେଉଛି ସରସ୍ବତୀଙ୍କ ସ୍ବରୂପ ଓ ଶକ୍ତି। ତାଙ୍କ କରୁଣା ବିନା ସାଧକ ଏକ୍ଷେତ୍ରରେ ସଫଳତା ପାଇ ନ ଥାନ୍ତି। ସରସ୍ୱତୀ କଣ୍ଠରେ ବିରାଜମାନ କଲେ ବ୍ୟକ୍ତି ଉତ୍ତମ ଗାୟକ ହୋଇ ପାରିବେ ବୋଲି ବିଶ୍ୱାସ ରହିଛି। ତେଣୁ ସମସ୍ତେ ସରସ୍ବତୀ ପୂଜା ଦିନ ମା’ଙ୍କର ଆଶୀର୍ବାଦ ଲୋଡ଼ିଥାନ୍ତି। ସରସ୍ୱତୀ ହାତରେ ବୀଣା ଧରିଥିବାରୁ ତାଙ୍କର ଅନ୍ୟନାମ ବୀଣାପାଣି ବୋଲି ମଧ୍ୟ କୁହାଯାଇଥାଏ। ଏହି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ନିମନ୍ତେ ରଥ କାଠ ଅନୁକୂଳ କରାଯାଏ। ଏହିଦିନ ଠାରୁ ଶ୍ରୀଜଗନ୍ନାଥ ମହାପ୍ରଭୁ ଘୋଡ଼ ଓଲାଗି ହୋଇ ଜାମା ପରିଧାନ କରିଥାନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.