ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ଆଜି ବଲାଙ୍ଗିର ଜିଲ୍ଲାରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ବରିଷ୍ଠ ନାଗରିକ ମାନେ ତୀର୍ଥ ଯାତ୍ରାରେ ବାହାରିଛନ୍ତି। ସ୍ଥାନୀୟ ପର୍ଯ୍ୟଟନ ଅଫିସରେ ମଧ୍ୟାହ୍ନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ୱର୍ଦ୍ଧନ ଦେବାସହ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲ।

ଏହାପରେ ସେମାନେ ବସ ଯୋଗେ ସମ୍ବଲପୁର ଅଭିମୁଖେ ବାହାରିଛନ୍ତି। ଜିଲ୍ଲାପାଳ ଶ୍ରୀ ଗୌରୱ ଶୀୱାଜୀ ଇସଲୱାର, ଅତିରିକ୍ତ ଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀ ସବୁଜ ପତାକା ଦେଖେଇ ଏହି ଯାତ୍ରା ଆରମ୍ଭ କରେଇଥିଲେ। ସେମାନେ ସ୍ଵତନ୍ତ୍ର ଟ୍ରେନରେ ସମ୍ବଲପୁରରୁ ଯାତ୍ରା ଆରମ୍ଭ କରିବେ। ପ୍ରଥମ ପର୍ଯ୍ୟାୟରେ ଫେବୃଆରୀ ୦୬ ତାରିଖ ରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରୀ ମାନେ ତୀର୍ଥ ଭ୍ରମଣ କରିବେ।

୫ ଦିନର ଏହି ଯାତ୍ରାରେ ଏହି ଯାତ୍ରୀ ମାନେ କୋଲକାତା ଏବଂ କାମାକ୍ଷା ଦେବୀ ମନ୍ଦିର ବୁଲିବେ। ଉଭୟ ଅନଲାଇନ ଓ ଅଫଲାଇନରେ ବରିଷ୍ଠ ନାଗରିକ ମାନେ ନିଜକୁ ପଞ୍ଜୀକୃତ କରାଇଥିଲେ। ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ରଙ୍କ ଦ୍ୱାରା ସଂପୂର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳନା ହୋଇଛି। ଏଥିରେ ବ୍ୟକ୍ତିଗତ ଏବଂ ଦମ୍ପତି ରୂପେ ସମୁଦାୟ ୧୩୫ ଜଣ ଗ୍ରସ୍ତ କରିଛନ୍ତି।

ଏହି ଯୋଜନା ମାଧ୍ୟମରେ ଜିଲ୍ଲାର ୬୦ ରୁ ୭୫ ବର୍ଷ ପର୍ଯ୍ୟନ୍ତ ନାଗରିକ ମାନଙ୍କୁ ଦୁଇଟି ପର୍ଯ୍ୟାୟରେ ତୀର୍ଥ କରିବାର ସୁଯୋଗ ମିଳିବ। ପ୍ରଥମ ପର୍ଯ୍ୟାୟରେ ଡିସେମ୍ବର ୦୬ ତାରିଖ ରୁ ୧୧ତାରିଖ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ଆଗାମୀ ମାସ ଏହି ତୀର୍ଥ ଯାତ୍ରା ହେବ। ୨୦୧୬ ରୁ ଆରମ୍ଭ ହେଇଥିବା ଏହି ଯୋଜନା ରେ ରାଜ୍ୟରୁ କୋଡିଏ ହଜାରରୁ ଉର୍ଦ୍ଧ ବରିଷ୍ଠ ନାଗରିକ ଉପକୃତ ହେଇଛନ୍ତି। ଯାତ୍ରାରେ ବାହାରିଥିବା ନାଗରିକଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ଡାକ୍ତରୀ ଦଳ, ଏସ୍କର୍ଟ ଅଫିସର ମାନେ ନିଯୋଜିତ ହେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.