ରିଷିଗାଁ କ୍ଲଷ୍ଟରରେ ନିପୁଣ ଓଡ଼ିଶା ମେଳା ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଅଧିନସ୍ଥ ରିଷିଗାଁ ଉଚ୍ଚ ବିଦ୍ୟାଳୟ ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବୈକୁଣ୍ଠ ବେମାଲ ଙ୍କ ଅଧ୍ୟକ୍ଷତାରେ କ୍ଲଷ୍ଟର ସ୍ତରୀୟ “ନିପୁଣ ଓଡିଶା ମେଳା” ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରିଷିଗାଁ କେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷ୍ୟୟତ୍ରୀ ଅନିତା ମହାନ୍ତି ମୁଖ୍ୟ ବକ୍ତା ଭାବରେ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷ୍ୟୟତ୍ରୀଙ୍କୁ ସ୍ୱାଗତ ସମ୍ଭାଷଣ ଦେଇ କାର୍ଯ୍ୟକ୍ରମ ର ସୁଭାରମ୍ଭ କରିବା ସହ ନବାଗତ ଶିକ୍ଷକ ସନ୍ତୋଷ ଆଚାରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ପରେ ପରେ ଅନ୍ୟତମ ସଂମାନିତ ଅତିଥି କୁଳିଆମାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷ୍ୟୟତ୍ରୀ ନଳିନୀ କୁମାରୀ କଂହର କାର୍ଯ୍ୟକ୍ରମର ସୁବ୍ୟବସ୍ଥିତ ଯୋଜନା ଏବଂ କ୍ରିୟାନ୍ଵୟନ ଉପରେ ଆଲୋକପାତ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଏହି ପ୍ରସ୍ତୁତି ବୈଠକରେ ରିଷିଗାଁ ସି.ଆର.ସି.ସି. ବୈକୁଣ୍ଠ ବେମାଲ ସମସ୍ତଙ୍କୁ ସାଦରେ ସଂମାନ ଜଣେଇ ଆଗାମୀ କ୍ଲଷ୍ଟର ସ୍ତରୀୟ “ନିପୁଣ ଓଡ଼ିଶା ମେଳାର” ଉଦେଶ୍ୟ ଜ୍ଞାପନ କରି କହିଥିଲେ ‘ଏହି ମେଳା ମାଧ୍ୟମରେ ଅଭିଭାବକ, ଗୋଷ୍ଠୀ ସଦସ୍ୟ, ପଞ୍ଚାୟତରାଜ ଅନୁଷ୍ଠାନର ସଦସ୍ୟ, ଜନ ପ୍ରତିନିଧି, ସି.ଏମ୍.ସି., ଓ ଅଙ୍ଗନବାଡିବକର୍ମୀଙ୍କୁ ସମିଲ କରି ନିପୁଣ ଓଡ଼ିଶା ମେଳା ଜରିଆରେ ବିଦ୍ୟାଳୟ ଗୁଡିକ ମଧ୍ୟରେ ଶିକ୍ଷାର ଆଦାନପ୍ରଦାନ କୁ ସୁଗମ କରିବା ଯଥା ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ସର୍ବୋତ୍ତମ ଅଭ୍ୟାସକୁ ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ, ଅଭିନବ ଶିକ୍ଷା ଦାନ ପ୍ରଣାଳୀ, ସଚେତନତା ସୃଷ୍ଟି ଏବଂ ଗୋଷ୍ଠୀ ସମ୍ପୃକ୍ତି ବୃଦ୍ଧି,ନିମନ୍ତେ ଉକ୍ତ ମେଳାରେ ଚାରୋଟି ଶିକ୍ଷଣ କେନ୍ଦ୍ର ଷ୍ଟଲ ଯଥା-ସାକ୍ଷରତା, ସଂଖ୍ୟାଜ୍ଞାନ, ସୃଜନାତ୍ମକ କାର୍ଯ୍ୟକଳାପ, ଓ ମତାମତ ଷ୍ଟଲ ପ୍ରଦର୍ଶନ କରି ନିପୁଣ ଓଡିଶା ମେଳା ଗୀତ, ଶପଥ ପାଠ ସହ ଅଭିଭାବକ ମାନଙ୍କୁ ସମ୍ମାନିତ କରି ସମସ୍ତ ଛାତ୍ର ଛାତ୍ରୀଙ୍କୁ କାର୍ଯ୍ୟକ୍ରମ ମାଧ୍ୟମରେ ଉତ୍ସାହିତ କରିବାପାଇଁ ପ୍ରସ୍ତୁତ କରିବା ନିମନ୍ତେ ଉପସ୍ଥିତ ସମସ୍ତ ବିଦ୍ୟାଳୟର ପ୍ରଧାନ ତଥା ଏଫ.ଏଲ.ଏନ. ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ପଷ୍ଟ ଭାବରେ ବୁଝାଇଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପରେ ସଭା ସମାପ୍ତ ହୋଇଥିଲା। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.