ନିଜ ଜାଗା ଦର୍ଶାଇ ନଳକୂପରୁ ପାଣି ନେବାକୁ ବାରଣ: ବିଡ଼ିଓଙ୍କ ଦ୍ବାରସ୍ଥ ହେଲେ ମୁଷାପାଲି ଗ୍ରାମବାସୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ମୁଷାପାଲି ଗ୍ରାମର ଜୈନିକ ବ୍ୟକ୍ତି ନିଜ ଜାଗାରେ ସାର୍ବଜନୀନ ନଳକୂପ ଥିବା ଦର୍ଶାଇ ଲୋକଙ୍କ ପାଣି ନେବାକୁ ବାରଣ କରୁଛନ୍ତି। ଏନେଇ ଗୁରୁବାର ଗ୍ରାମର ଶତାଧିକ ମହିଳା କୋକସରା ବିଡ଼ିଓଙ୍କ ଦ୍ବାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଦିର୍ଘ ବର୍ଷରୁ ମୁଷାପାଲି ଗ୍ରାମରେ ସରକାରଙ୍କ ତରଫରୁ ନଳକୂପ ଖନନ କରାଯାଇଛି। ଯାହା ଫଳରେ ଲୋକେ ପାନୀୟ ଜଳ ସୁବିଧାରେ ପାଇଁ ପାରୁଥିଲେ। ହେଲେ ଗ୍ରାମର ଜୈନେକ ବ୍ୟକ୍ତି ନିଜର ଜାଗା ଦର୍ଶାଇ ଲୋକଙ୍କୁ ପାଣି ନେବାକୁ ବାରଣ କରି ଆସୁଛନ୍ତି।  ଯାହା ଦ୍ବାରା ଲୋକେ ପାଣି ନେଇ ନପାରି ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରି ଆଜି ଗ୍ରାମର ଶତାଧିକ ଲୋକଙ୍କ ଦସ୍ତଖତ ସମ୍ବଳିତ  ଏକ ଦାବିପତ୍ର କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀକୁ ପ୍ରଦାନ କରିଛନ୍ତି। ସେହିପରି ତହସିଲଦାର ନବୀନ କିଶୋର ପାଢ଼ୀଙ୍କୁ ମଧ୍ୟ ଏକ ଦାବିପତ୍ର ଦେଇ ଉକ୍ତ ସ୍ଥାନକୁ ଚିହ୍ନଟ କରିବା ପାଇଁ ଦାବି କରିଛନ୍ତି। ନଚେତ୍ ଗ୍ରାମର ନରିଆପଡା ଠାରେ ଏକ ନୂତନ ନଳକୂପ ଖନନ କରିବା ପାଇଁ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.