ଖମାରପଦର କ୍ଲଷ୍ଟରସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଥୁଆମୂଳ ରାମପୁର ବ୍ଳକ ଗୋପାଳପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଖମାରପଦର କ୍ଲଷ୍ଟର ଦ୍ଵାରା ବେନ୍ଦାଝୋଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିପୂଣ ଓଡିଶା ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖମାରପଦର ସିଆରସିସି ସୁନାଧର ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ୧୨ ଟି ବିଦ୍ୟାଳୟର ଶିକ୍ଷକମାନେ ଯୋଗ ଦେଇଥିଲେ। ଏଥିରେ ପ୍ରତି ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ଯାଏଁ ୧୦ ଜଣ ଲେଖାଏଁ ଯୋଗଦାନ କରି ତାଙ୍କ ମନରେ ଥିବା ସନ୍ଦେହକୁ ଦୂର କରିବା ପାଇଁ ସୁଯୋଗ ମିଳିଥିଲା। ଅକ୍ଷର ଜ୍ଞାନ ସହିତ ଗାଣିତିକ ଜ୍ଞାନ ଓ ଅନ୍ୟ ଆନୁଷଙ୍ଗିକ ବିଷୟ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷକମାନେ ଅବଗତ କରିଥିଲେ । ଏହା ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କ ମାନସିକ ଓ ବୌଦ୍ଧିକ ସ୍ତରରେ ବିକାଶ ହେବା ସହିତ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି ହେବ ବୋଲି ସିଆରସି ଶ୍ରୀ ମାଝୀ ମତପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବେନ୍ଦାଝୋଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତଥା କ୍ଲଷ୍ଟର ଅଧିନସ୍ଥ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.