ପୁଣି ଖେଳାଳି ଉପେକ୍ଷା, ମ୍ୟାଚ ଅପେକ୍ଷା

ଓଡ଼ିଆ ବାର୍ତ୍ତା /ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ମା’ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର କେବଳ ପରୀକ୍ଷା ନିୟନ୍ତ୍ରଣ ବିଭାଗରେ ଅନିୟମିତତା ହୁଏ ନୁହେଁ, ଖେଳାଳି ମାନେ ଅବହେଳାର ଶିକାର ହୁଅନ୍ତି। ଗତବର୍ଷ ମନୋନୀତ ବେଡମିଣ୍ଟନ ଖେଳାଳି ମାନେ ଆସାମ ଦିବୃଗଡ଼ରେ ଅନୁଷ୍ଠିତ ଇଷ୍ଟଜୋନ୍ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇପାରିଲେ ନାହିଁ। ଚଳିତ ବର୍ଷ ମଧ୍ୟ ମଣିପୁରରେ ଅନୁଷ୍ଠିତ ଇଷ୍ଟଜୋନ୍ ଟୁର୍ନାମେଣ୍ଟରେ ଭାଗ ନେଇପାରିଲେ ନାହିଁ।

Omkar Vasthu
Omkar Vasthu

ସୂଚନା ଅନୁଯାୟୀ, ଗତ ନଭେମ୍ବର ୧୪ରେ ଜୁନାଗଡ଼ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଆନ୍ତଃ କଲେଜ୍‌ ପୁରୁଷ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଇଥିଲା। ଏଥିରେ ମା’ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଅନୁବନ୍ଧିତ କଲେଜ୍ ଗୁଡିକରୁ ପ୍ରାୟ ୭୫ ଜଣ ପିଲା ଭାଗନେଇଥିଲେ। ସେମାନଙ୍କ ମଧ୍ୟରୁ ଖଡ଼ିଆଳ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଜୟପ୍ରକାଶ ସାହୁ, ମା’ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର ମୋହିତ ବର୍ମା, ଜୁନାଗଡ଼ ପିଆଇ କଲେଜ୍‌ର ସୁବ୍ରତ ପଟ୍ଟନାୟକ ଓ ଖଡ଼ିଆଳ ସ୍ଵୟଂ ଶାସିତ ମହାବିଦ୍ୟାଳୟର କିରଣ ଧରୁଆ ଓ ବିକାଶ ଧରୁଆ ମନୋନୀତ ହେଇଥିଲେ।

Pearl dental clinic
Near Ashish Medical Store, Bhawanipatna

ମନୋନୀତ ଖେଳାଳି ଇଷ୍ଟଜୋନ୍‌ ଟୁର୍ନାମେଣ୍ଟରେ ଭାଗ ନେବାର ଥିଲା। ଏଯାଏଁ ପିଲାଏ ଅପେକ୍ଷା କରିଥିଲେ ମଧ୍ୟ ସେମାନେ ଇଷ୍ଟଜୋନ୍‌ ଟୁର୍ଣ୍ଣାମେଣ୍ଟରେ ଭାଗନେଇ ପାରିଲେ ନାହିଁ। ଏନେଇ ଛାତ୍ରଛାତ୍ରୀ ନିଜ ନିଜ କଲେଜରେ ପଚାରିଲେ ବିଶ୍ବବିଦ୍ୟାଳୟରୁ ସୂଚନା ମିଳିନାହିଁ, ନେପାଲ ପଠାଯିବ ଆଦି ବିଭିନ୍ନ ସମୟରେ ଉତ୍ତର ମିଳୁଛି।

Udyog Nursery
Udyogi Nursery

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଗତ ନଭେମ୍ବର ୬ରେ ଇଷ୍ଟଜୋନ୍ ପୁରୁଷ ବେଡ଼ମିଣ୍ଟନ ଟୁର୍ନାମେଣ୍ଟ ଆରମ୍ଭ ହେଇ ଇତି ମଧ୍ୟରେ ଶେଷ ହେଲାଣି। ମଣିପୁର ଇମ୍ଫାଲ ସ୍ଥିତ ଜାତୀୟ କ୍ରୀଡା
ବିଶ୍ୱବିଦ୍ୟାଳୟର ପତ୍ର ସଂଖ୍ୟା ୧୧/ ଏନ ଏସୟୁ/ଇଡି ୨୪-୨୫ ଅନୁଯାୟୀ ଅକ୍ଟୋବର ୩୧ ସୁଦ୍ଧା ଖେଳାଳି ତାଲିକା ପଠାଇବାକୁ ଅକ୍ଟୋବର ୩ ତାରିଖ ଦିନ ସମସ୍ତ ବିଶ୍ବବିଦ୍ୟାଳୟ କୁ ସୂଚନା ଦିଆଯାଇଥିଲା। ସେହି ଅନୁଯାୟୀ ନଭେମ୍ବର ୧ ତାରିଖ ଦିନ ଫିକ୍ସଚର୍ ପ୍ରସ୍ତୁତ ହେଇ ନଭେମ୍ବର ୬ ତାରିଖ ଠାରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ ବୋଲି ଉକ୍ତ ପତ୍ରରେ ଉଲ୍ଲେଖ ଥିଲା। ଅଥଚ ମା’ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଦ୍ବାରା ନଭେମ୍ବର ୧୪ ତାରିଖ ଦିନ ପ୍ରତିଯୋଗିତା ମାଧ୍ୟମରେ ଖେଳାଳି ଚୟନ ହେଇଛି। ପୁଣି ମନୋନୀତ ଖେଳାଳି ମାନେ କେଉଁ ଟୁର୍ଣ୍ଣାମେଣ୍ଟ ରେ ଭାଗ ନେବେ ସେନେଇ କିଛି ସ୍ପଷ୍ଟ କରାଯାଉନାହିଁ। ଅନ୍ୟପକ୍ଷରେ ମନୋନୀତ ଛାତ୍ରମାନେ ଇଷ୍ଟଜୋନ୍‌ ଟୁର୍ଣ୍ଣାମେଣ୍ଟ ଶେଷ ହେଇଥ‌ିବା ଜାଣିନଥୁବା ବେଳେ ସେମାନଙ୍କୁ ନେପାଲ ପଠାଯିବ ବୋଲି କୁଆଡେ ଆଶ୍ଵାସନା ଦିଆଯାଉଛି।

ଏନେଇ ବିଶ୍ଵବିଦ୍ୟାଳୟ ସ୍ପୋର୍ଟସ କାଉନସିଲ ଅଧ୍ଯକ୍ଷ ଡ. ଘନଶ୍ୟାମ ବେହେରାଙ୍କୁ ପଚାରିବାରୁ ଆମେ ନିର୍ଦ୍ଦିଷ୍ଟ କେତେକ ଖେଳକୁ ପ୍ରୋତ୍ସାହନ ଦେଉଛୁ। ବେଡ଼ମିଣ୍ଟନ ଇଷ୍ଟଜୋନ୍‌ ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳି ତାଲିକା ପଠାଯାଇ ନଥିଲା। ତେବେ ଆନ୍ତଃ ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତାରେ ସେମାନେ ଭାଗ ନେଇପାରିବେ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜ ପ୍ରତିକ୍ରିୟାରେ କହିଥିଲେ।ଭବିଷ୍ୟତରେ ପିଲାଙ୍କ ବୃତ୍ତିଗତ ନିଯୁକ୍ତି ପାଇଁ ଇଷ୍ଟଜୋନ୍ ଟୁର୍ଣ୍ଣାମେଣ୍ଟ ପ୍ରମାଣପତ୍ର ସହାୟକ ହେଉଥ‌ିବାରୁ ସେହି ପ୍ରତିଯୋଗିତାକୁ କାହିଁକି ପିଲାଙ୍କୁ ପଠାଗଲା ନାହିଁ ସେନେଇ ଡ.ବେହେରା କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିଲେ ନାହିଁ। ତେବେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ ଖେଳ ଓ ଖେଳାଳିଙ୍କୁ ପ୍ରୋତ୍ସାହନ ଦେଉନଥିବାରୁ ଛାତ୍ରଛାତ୍ରୀ ନିରୁତ୍ସାହିତ ହେଉଥ‌ିବା ପରିଲକ୍ଷିତ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.