ଏସୟୁଜେ ଓଡ଼ିଶାର ୫ମ ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ) ଓଡ଼ିଶାର ୫ମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ସୁରେଶ ପୁଜାରୀ, ଏନୟୁଜେର ରାଷ୍ଟ୍ରୀୟ ସଭାପତି ସୁରେଶ ଶର୍ମା ସ୍ଵତନ୍ତ୍ର ଅତିଥି, ମୁଖ୍ୟ ବକ୍ତା ଭାବେ ଧୂରିଣ ସାମ୍ବାଦିକ ରାଜାରାମ ଶତପଥୀ, ସମ୍ମାନିତ ଅତିଥି ଭାବେ ପାଲଲହଡ଼ା ବିଧାୟକ ଅଶୋକ କୁମାର ମହାନ୍ତି, ଭୁବନେଶ୍ୱର ମହାନଗର ମେୟର ସୁଲୋଚନା ଦାସ, ଜାତୀୟ ସମ୍ପାଦକ ବବୁଲ ସିଂ ପ୍ରମୁଖ ଯୋଗ ଦେଇଥିଲେ।

ରାଜ୍ୟ କାର୍ଯ୍ୟକାରୀ ସଭାପତି କୀର୍ତ୍ତି ଚନ୍ଦ୍ର ସାହୁ ପ୍ରାକ୍ ସୂଚନା ରଖିଥିବାଊ ଉପସଭାପତି ବାସୁଦେବ ତ୍ରିପାଠୀ ଅତିଥି ମାନଙ୍କ ପରିଚୟ ରଖିଥିଲେ। ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପାଢୀ ବିବରଣୀ ପାଠ କରିଥିବା ବେଳେ ଅନ୍ୟତମ ଉପସଭାପତି ମେହେବୁବ ମହତାବ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ଅବସରରେ ସଂଗଠନର ମୁଖପତ୍ର ସଙ୍କଳ୍ପକୁ ଅତିଥିମାନେ ଉନ୍ମୋଚନ କରିଥିଲେ।

ଏହି କାର୍ଯ୍ୟକ୍ରମ ମୁଖ୍ୟ ସମ୍ପାଦକ ବାସୁଦେବ ତ୍ରିପାଠୀ ସଂଚାଳନ କରିଥିଲେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଶ୍ରେଷ୍ଠ ସାଂଗଠନିକ ଜିଲ୍ଲା ଭାବେ ଅନୁଗୋଳ, ଝାରସୁଗୁଡ଼ା, କଟକ, କେଉଁଝର ଓ କୋରାପୁଟ ଜିଲ୍ଲା ଶାଖାକୁ ସମ୍ମାନୀତ କରାଯାଇଥିଲା।

ଶେଷରେ ବରିଷ୍ଠ ଉପ ସଭାପତି ସମରେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ପ୍ରୟାଗରାଜ କର, ଦିଲିପ କୁମାର ମିଶ୍ର, ଚିନ୍ତାମଣି ପାଢ଼ୀ, ରାଜ୍ୟ କର୍ମକର୍ତ୍ତା ଶଶାଙ୍କ ଶେଖର ଝାଙ୍କର, ଶିବାଶିଷ ମହାନ୍ତି, ସନ୍ତୋଷ ସ୍ଵାଇଁ, ରମେଶ ପ୍ରଧାନ, ଶିଶିର କୁମାର ଦାଶ, ନିବେଦିତା ସିଂ, ନଚିକେତା ସାହୁ, ସ୍ମିତା ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.