ସୁବର୍ଣ୍ଣପୁରରେ ଆର୍ଟ ଅଫ ଲିଭିଂ ପକ୍ଷରୁ ହେପିନେସ ପ୍ରୋଗ୍ରାମ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଠାରେ ଶ୍ରୀ ଶ୍ରୀ ରବିଶଙ୍କର ଙ୍କ ଦ୍ଵାରା ପରିଚାଳିତ ଆର୍ଟ ଅଫ ଲିଭିଂ ସଂସ୍ଥା ଦ୍ୱାରା ଏକ ହେପିନେସ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆର୍ଟ ଅଫ ଲିଭିଂର ବରିଷ୍ଠ ଶିକ୍ଷକ ଶ୍ରୀ ଶ୍ୟାମ ଅଗ୍ରୱାଲ ଏବଂ ଶିକ୍ଷୟତ୍ରୀ ସୁଶ୍ରୀ ଆସନା ଗୁପ୍ତା ପ୍ରୋଗ୍ରାମକୁ ପରିଚାଳନା କରିଥିଲେ। ସ୍ଥାନୀୟ ଜନସାଧାରଣ ବହୁତ୍ ଉତ୍ସାହର ସହ ହାପିନେସ ପ୍ରୋଗ୍ରାମରେ ଭାଗ ନେଇଥିବା ବେଳେ ଲୋକେ ଶାନ୍ତି, ଚିନ୍ତା ମୁକ୍ତ, ଶାନ୍ତ ଓ ଉତ୍ସାହରେ ଭରପୁର ଆନନ୍ଦ ନେଇ ଥିବାର ଦେଖାଯାଇଥିଲା। ଲୋକଙ୍କର ଉତ୍ସାହ ଓ ଅନୁରୋଧକୁ ଦେଖି ପୁଣି ଆସନ୍ତା ମାର୍ଚ୍ଚ ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ଆର୍ଟ ଅଫ ଲିଭିଂ ର ପରବର୍ତ୍ତୀ ହେପିନେସ ପ୍ରୋଗ୍ରାମ କରାଯିବାର ସ୍ଥିର କରାଯାଇଥିବା ସଂସ୍ଥା ପକ୍ଷରୁ ସୂଚନା ମିଳିଛି। ଏବଂ ଇଚ୍ଛୁକ ବ୍ୟକ୍ତିବିଶେଷ ଆର୍ଟ ଅଫ ଲିଭିଂର ହେପିନେସ ପ୍ରୋଗ୍ରାମରେ ଯୋଗଦେବା ପାଇଁ ୭୦୦୮୧୨୬୦୭୦ ନମ୍ବର ରେ ଯୋଗାଯୋଗ କରିବା ପାଇଁ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.