ଦିବଂଗତ ଗୋଷ୍ଠୀ ସହାୟିକାଙ୍କ ପରିବାରକୁ ସମବେଦନା ଓ ଆର୍ଥିକ ସହାୟତା

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଜୁରାବନ୍ଧ ସଦର ମହକୁମାର ଗୋଷ୍ଠୀ ସହାୟିକା ସୀତା ନାଗ (୨୯)ଙ୍କ ଗତ ମାସ ୨୭ ତାରିଖ କିଡ଼ନୀ ରୋଗରେ ପରଲୋକ ଘଟିଥିଲା | ସୋମବାର ଓଡ଼ିଶା ଜୀବିକା ମିଶନର ବିଏଲସି ସୁଧାଂଶୁ ବଛା, ଦୁଲଣା ବାଗ, ଏମବିକେ ପ୍ରମଦା ରାଜପଲିଆ, ସିଆରପିସିଏମ ସନ୍ତୋଷିନୀ ରାଜପଲିଆ ପ୍ରମୁଖ ସୀତାଙ୍କ ସ୍ୱାମୀ ହରି ସୁନାନୀଙ୍କୁ ଭେଟି ସମବେଦନା ଜଣାଇବା ସହ ସଂଗୃହିତ ୧୨ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ | ଏଠାରେ ସୂଚନାଯୋଗ୍ୟ ଯେ, ସୀତାଙ୍କ ବଡ଼ ପୁଅକୁ ୫ ବର୍ଷ ହୋଇଥିବା ବେଳେ ୯ ମାସର ସାନ ପୁଅ ଦୃଷ୍ଟି ଜନିତ ଭିନ୍ନକ୍ଷମ ଅଟନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.