ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବଡ଼ମାଲରେ ମାତୃ ପିତୃ ପୂଜନ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ସଇଁତଳା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇଁତଲା ବ୍ଳକ ବଡମାଲ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଫେବୃୟାରୀ ୧୪ ତାରିଖ ଦିନ ମାତୃ ପିତୃ ପୂଜନ ଦିବସ ମହା ସମାରୋହରେ  ପାଳିତ ଯାଇଯାଇଛି। ପ୍ରଧାନାଚାର୍ଯ୍ୟ ସରୋଜ କୁମାର ଦାଶଙ୍କ ତତ୍ତ୍ଵାବଧାନରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଶତ୍ରୁଘନ ସେଲମା ମୁଖ୍ୟ ଅତିଥି ଭାବରେ ଏବଂ ବବିତା ସାହୁ, ନିରଞ୍ଜନ ଘିଭେଲା, ମାଳ ଗୋବିନ୍ଦ ବଗର୍ତ୍ତୀ, ଦୁର୍ଯ୍ୟୋଧନ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାତୃ ପିତୃ ପୂଜନର ମହତ୍ତ୍ଵ ବିଷୟରେ ଆଲୋଚନା କରିଥିଲେ। ନେପାଳ ଭାଇ, ପ୍ରମୋଦ ଭାଇ, ମନୋଜ ଭାଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ବ ଶିଶୁ ଓ ପିତା ମାତା ଯୋଗ ଦେଇଥିଲେ। ବିଦ୍ୟାଳୟର ପରିବେଶ ଆନନ୍ଦ ମୁଖର ହେବା ସହ ସମସ୍ତଙ୍କ ମନରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ ହୋଇଥିଲା। କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବାରେ ସମସ୍ତ ଗୁରୁଜୀ ଗୁରୁମା ତଥା ସେବକ ସେବିକା ପୂର୍ଣ୍ଣ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.