କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସାକ୍ଷାତ କଲେ ଡ. ଭବାନୀ ଶଙ୍କର ନିଆଲ

କଳାହାଣ୍ଡିର ରେଳ ସମସ୍ୟାର ସମାଧାନ ପାଇଁ ପ୍ରୟାସ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ତଥା କଳାହାଣ୍ଡି ରେଳଯାତ୍ରୀ ସଂଘର ସଭାପତି ଡ. ଭବାନୀଶଙ୍କର ନିଆଲ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରଣବୀର ସିଂ ବିଟୁଙ୍କୁ ସାକ୍ଷାତ କରିଛନ୍ତି। ନୂଆଦିଲ୍ଲୀସ୍ଥିତ ରେଳଭବନଠାରେ ଡ. ନିଆଲ ଆଜି ଉଭୟ ମନ୍ତ୍ରୀଙ୍କୁ ସାକ୍ଷାତ କରି କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ବିଭିନ୍ନ ରେଳ ସମସ୍ୟା ଓ ସେଗୁଡିକର ସମାଧାନ ପାଇଁ ଦାବି ଜଣାଇଥିଲେ। ସେହିପରି ଜୁନାଗଡ଼ ରୋଡ଼- ଭୁବନେଶ୍ୱର ଭାୟା କେସିଙ୍ଗାକୁ ନୂତନ ଟ୍ରେନ ଚଳାଚଳ, ଇସ୍ପାତ ଟ୍ରେନକୁ କେସିଙ୍ଗା ପର୍ଯ୍ୟନ୍ତ ସମ୍ପ୍ରସାରଣ ଆଦି ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାସହିତ ଉଭୟ ଜିଲ୍ଲାର ବିଭିନ୍ନ ରେଳ ସମସ୍ୟା ସମ୍ପର୍କରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଉଭୟ ମନ୍ତ୍ରୀଙ୍କୁ ସାକ୍ଷାତ ସମୟରେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଡ. ନିଆଲଙ୍କ ନେତୃତ୍ୱରେ କଳାହାଣ୍ଡି ରେଳଯାତ୍ରୀ ସଂଘ ତରଫରୁ ଦୀର୍ଘ ବର୍ଷ ଧରି ଜିଲ୍ଲାର ବିଭିନ୍ନ ରେଳ ସମସ୍ୟା ସମ୍ପର୍କରେ ଦାବି, ଅଭିଯୋଗ ଓ ଦୃଷ୍ଟି ଆକର୍ଷଣ କରାଯାଇଆସୁଛି। ଜିଲ୍ଲାର ରେଳ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗକୁ ନେଇ ସଂଘର କାର୍ଯ୍ୟଶୈଳୀ ଜିଲ୍ଲାବାସୀଙ୍କୁ ପ୍ରଭାବିତ କରୁଥିବାବେଳେ ଦାବିପୂରଣ ଦିଗରେ ସଂଘ ତାର ଉଦ୍ୟମ ଜାରି ରଖିବ ବୋଲି ଡ. ନିଆଲ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.