ଲାଞ୍ଜିଗଡ଼ରୋଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ଜନ ଆରୋଗ୍ୟ ସମିତି ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁର ସ୍ବାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଲାଞ୍ଜିଗଡ଼ରୋଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ଜନ ଆରୋଗ୍ୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵନାଥପର ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର୍ ଡ. ଭବାନୀ ଶଙ୍କର ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ସୁଶ୍ରୀ ମମତା ଶବର ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ରୋଡ଼ ମେଡିକାଲ ଅଫିସର୍ ଅନ୍ତର୍ଯ୍ୟାମୀ ରଣା, ବିପିଏମ୍ ମାନସ ନାରାୟଣ ସ୍ବାଇଁ, ବିଏଏମ୍ ମିତ୍ରଭାନୁ ଦାସ, ବିଡିଏମ୍ ମକରଧ୍ବଜ ନାଏକ, ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଡମ୍ବରୁଧର ସେନାପତି, ଲାଞ୍ଜିଗଡ଼ରୋଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବାରୁଣୀ ପ୍ରଧାନ, ଲାଞ୍ଜିଗଡ଼ରୋଡ଼ ଚିକିତ୍ସାଳୟ ଜନ ଆରୋଗ୍ୟ ସମିତି ସଦସ୍ୟ ଚନ୍ଦ୍ରଶେଖର ମହାପାତ୍ର, ଟଙ୍କଧର ମାଝୀ, ଫିଜିଓଥେରାପିଷ୍ଟ ଜଗଦାନନ୍ଦ ପଣ୍ଡା, ଫାର୍ମାସିଷ୍ଟ ରବିନ୍ଦ୍ର କୁମାର ସାହୁ, ନର୍ସ ପ୍ରତିକ୍ଷା ସାମନ୍ତରାୟ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ। ବିଶେଷ କରି ରାଜ୍ୟ ସରକାର ଦେଉଥିବା ରୋଗୀ ମାନଙ୍କ କଲ୍ୟାଣ ପାଇଁ ଅର୍ଥ କିପରି ଖର୍ଚ୍ଚ କରାଯିବ ସେଥ‌ିପାଇଁ ଏକ ପ୍ରସ୍ତୁତି ବୈଠକ କରାଯାଇଥିଲା। ଏଥିରେ ଲାଞ୍ଜିଗଡ଼ରୋଡ଼ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.