ବନ୍ଧପାରି କ୍ଲଷ୍ଟରରେ ନିପୁଣ ଓଡ଼ିଶା ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବନ୍ଧପାରି କ୍ଲଷ୍ଟରରେ ନିପୁଣ ଓଡ଼ିଶା ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କ୍ଲଷ୍ଟର ସିଆରସିସି ତ୍ରିନାଥ ଶ୍ୟାମ କୁମାରଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବନ୍ଧପାରି ଗ୍ରାମ ପଞ୍ଚାୟତ ସରପଞ୍ଚ ଜଗବନ୍ଧୁ ମାଝୀ, ପୂର୍ବତନ ସମିତି ସଭ୍ୟ ଉଗ୍ରସେନ ବାଗ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ଲକ୍ଷ୍ମୀପ୍ରିୟା ମୁଦୁଲି, ସମାଜସେବୀ ମୁନା ମାଝୀ, କାଲି ବାବୁ ବାଗ, ବନ୍ଧପାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ମହାନନ୍ଦ ପ୍ରମୁଖ ମଞ୍ଚାସିନ ଥିଲେ। ମନୋଜ କୁମାର ଧଙ୍ଗଡାମାଝୀ ନିପୁଣ ଓଡ଼ିଶାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ। କ୍ଲଷ୍ଟରର ୧୭ଟି ସ୍କୁଲରୁ ଉଭୟ ଭାଷା ଓ ସଂଖ୍ୟଜ୍ଞାନର ଶିକ୍ଷଣ ସାମଗ୍ରୀ ସବୁ ପ୍ରଦର୍ଶିତ କରାଯାଇଥିଲା।ଏଥିରେ ପ୍ରମୋଦ କୁମାର ନେଗୀ, ସନମ ମାଝୀ, ଦିଲ୍ଲୀପ କୁମାର ମହାରଣା, ପ୍ରଭାତୀ ନାଏକ ତଥା କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ସଭା ପ୍ରାରମ୍ଭରେ ନିପୁଣ ଓଡ଼ିଶା ଗୀତ ଓ ଶପଥ କାର୍ଯ୍ୟ କରିଥିଲେ। ସମସ୍ତ ଏଫଏଲ୍ଏନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଶଂସା ପତ୍ର ଓ ପିଲାମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଦିଲ୍ଲୀପ କୁମାର ପରିଚ୍ଛା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.