ଡ଼ଃ ସୁନୀଲ କୁମାର ଧଙ୍ଗଡାମାଝୀ ଦେବଗିରି ମଠର ନୂତନ ଟ୍ରଷ୍ଟି ନିଯୁକ୍ତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢୀପଦର ସ୍ଥିତ ଦେବଗିରି ମଠରେ ନୂତନ ଟ୍ରଷ୍ଟ ବୋର୍ଡ଼ ଗଠିତ ହେବା ସହ ଡ଼ଃ ସୁନୀଲ କୁମାର ଧଙ୍ଗଡାମାଝୀ ଟ୍ରଷ୍ଟି ଦାଇତ୍ୱ ଗ୍ରହଣ କରିଛନ୍ତି। ରାଜ୍ୟ ସରକାରଙ୍କ ଓଡ଼ିଶା ହିନ୍ଦୁ ଦେବୋତ୍ତର ବିଭାଗ ପକ୍ଷରୁ ବିଦ୍ଧିବଦ୍ଧ ଭାବେ ଶ୍ରୀ ଭଗବତ ସ୍ବାମୀ ଦେବଗିରି ମଠ ଟ୍ରଷ୍ଟ ବୋର୍ଡ଼କୁ ଅନୁମୋଦନ ମିଳିଛି। ଏନେଇ ପୂର୍ବରୁ ଆସିଷ୍ଟାଣ୍ଟ ଏଣ୍ଡୋମେଣ୍ଟ କମିଶନର ବ୍ରହ୍ମପୁର, ବିଭାଗୀୟ ଇନିସପେକ୍ଟର, ନର୍ଲା ତହସିଲଦାର ପ୍ରମୁଖଙ୍କୁ ଦେବୋତ୍ତର ଆୟୁକ୍ତ ଓଡ଼ିଶା ପତ୍ର ମାଧ୍ୟମରେ ଅବଗତ କରିଥିଲେ। ଲୋକସଂସ୍କୃତି ଗବେଷକ ତଥା ‘ଓଡ଼ିଆ ବାର୍ତ୍ତା’ର ମୁଖ୍ୟ ସଂପାଦକ ଡ଼ଃ ସୁନୀଲ କୁମାର ଧଙ୍ଗଡାମାଝୀ ମଠର ନୂତନ ମେନେଜିଙ୍ଗ ଟ୍ରଷ୍ଟି ଭାବେ ନିଯୁକ୍ତ ହୋଇଥିବାବେଳେ ବିଜୟ କୁମାର ଧଙ୍ଗଡାମାଝୀ, ବିଷ୍ଣୁ ଗଉଡ, ସୁରେନ୍ଦ୍ର ମାଝୀ, ଡ଼ଃ ସଞ୍ଜୟ କୁମାର ଧଙ୍ଗଡାମାଝି, ରଜନୀ ଗଉଡ, ଲୋକନାଥ ଗଉଡ, ଭରତ ଧଙ୍ଗଡାମାଝୀ, ତପିବର ଦାସ, ବିଭିଷଣ ଧଙ୍ଗଡାମାଝୀ, ସତ୍ରୁଘନ ଧଙ୍ଗଡାମାଝୀ, ଦେବରାଜ ଗଉଡ, ପ୍ରଦୀପ କୁମାର ଧଙ୍ଗଡାମାଝୀ ପ୍ରମୁଖ ୧୨ଜଣ ସଦସ୍ୟ ରହିଛନ୍ତି। ୨୦୦୨ ରୁ ୨୦୨୫ ପର୍ଯ୍ୟନ୍ତ ଡ଼ଃ ଧଙ୍ଗଡାମାଝୀ ମଠର ସଂପାଦକ ଭାବେ ଦାୟିତ୍ବ ନିର୍ବାହ କରି ଆସୁଥିଲେ। ତେବେ ଦୀର୍ଘ ବର୍ଷ ପରେ ଏହି ମଠରେ ନୂତନ ଟ୍ରଷ୍ଟ ବୋର୍ଡ଼ ଗଠିତ ହୋଇଥିବାରୁ ଗ୍ରାମବାସୀ ଖୁସି ବ୍ୟକ୍ତ କରିଛନ୍ତି। ତେବେ ଦେବଗିରି ମଠର ସର୍ବାଙ୍ଗୀନ ବିକାଶ ଦିଗରେ କାର୍ଯ୍ୟ କରିବା ସହ ଓଡ଼ିଶା ହିନ୍ଦୁ ଦେବୋତ୍ତର ବିଭାଗର ସମସ୍ତ ନିତି ନିୟମକୁ ଅନୁପାଳନ କରିବି ବୋଲି ନବ ନିଯୁକ୍ତ ଟ୍ରଷ୍ଟି ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.