ସୁରେଶ ନନ୍ଦ ମେମୋରିଆଲ ପାଠାଗାରରେ କବିତା ପାଠ

ଓଡିଆ ବାର୍ତ୍ତା/ ଭୁତିଆରବାହାଲ (ପଞ୍ଚାନନ ଭୋଇ):
ଭୁତିଆରବାହାଲ ଗ୍ରାମର ଦିବଂଗତ ଓଡିଶା ପ୍ରଶାସନିକ ଅଧିକାରୀ ସୁରେଶ ନନ୍ଦଙ୍କ ଜନ୍ମବାର୍ଷିକ ସୁରେଶ ନନ୍ଦ ମେମୋରିଆଲ ପାଠାଗାର ଭୁତିଆରବାହାଲ ପରିସରରେ ପାଳିତ ହୋଇଯାଇଛି ।ପ୍ରଥମେ ସୁରେଶ ନନ୍ଦ ଙ୍କ ପ୍ରତିମୁର୍ତ୍ତି ରେ ତାଙ୍କ ପିତା ଯୁଗଳ ନନ୍ଦ ମାଲ୍ଯାର୍ପଣ କରିଥିଲେ ପରେ ସମସ୍ତ ଅତିଥି ଶ୍ରଦ୍ଧା ସୁମନ ଅର୍ପଣ କରି ନିରବ ପ୍ରାର୍ଥନା କରିଥିଲେ । ଏହା ପରେ ପଞ୍ଚାନନ ଭୋଇଙ୍କ ସଭାପତିତ୍ବ ଅନୁଷ୍ଠିତ ସଭାରେ ଡ. କବିରାଜ ଭୋଇ ଅର୍ଥନୀତି ବିଭାଗ, ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟ ସାହାଜବାହାଲ ମୂଖ୍ଯ ବକ୍ତା, ଗୁରୁ ରବିରାମ ଦାସ ମୂଖ୍ଯଅତିଥି ଓ ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ନାଗ, ପ୍ରେମାନନ୍ଦ ମହାନନ୍ଦ, ବିରେନ୍ଦ୍ର ରାଏ ଯୋଗ ଦେଇଥିଲେ । ଡ. କବିରାଜ ଭୋଇ ଙ୍କୁ ସୁରେଶ ନନ୍ଦ ସୃତି ସମ୍ମାନ ପ୍ରଦାନ କରାଯାଇଥିଲା । ପରେ ରାଜେନ୍ଦ୍ର ଅଗ୍ରଓ୍ୱାଲ ଙ୍କ ସଂଯୋଜନା ରେ କବିତା ପାଠ ହୋଇଥିଲା ଏଥିରେ ସୋନୀ ଖମାରୀ, ଭାଗ୍ୟବତି ନାଏକ, ରାଧେଶ୍ଯାମ ପୁଟେଲ, ବିନୋଦ ବିଶି ସ୍ବରଚିତ କବିତା ପାଠ କରିଥିଲେ । କାର୍ଯ୍ଯକ୍ରମ କୁ ଅଧ୍ଯାପକ ଅକ୍ଷୟ ଚୌଧୁରୀ ତତ୍ତ୍ବାବଧାନ କରିଥିଲେ ।ଶେଷରେ ଅଧ୍ଯାପକ ପ୍ରଶାନ୍ତ ତ୍ରିପାଠୀ ଧନ୍ଯବାଦ ପ୍ରଦାନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.