ପ୍ରତାପ କିଶୋର ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ: ଝରିଗାଁକୁ ହରାଇ ଓମ୍ ଇଲେଭେନ୍ ଟେମରା ଚାମ୍ପିଅନ୍

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର କେନ୍ଦୁଡଙ୍ଗରୀ ଏସ.ପି.ସି.ସି ଆନୁକୂଲ୍ୟରେ ଚାଲିଥିବା ପ୍ରତାପ କିଶୋର ନାଏକ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ରବିବାର ଅନୁଷ୍ଠିତ ହୋଇଛି। ଫାଇନାଲ ଖେଳରେ ଏସକେ ଇଲେଭେନ୍ ଝରିଗାଁକୁ ହରାଇ ଓମ୍ ଇଲେଭେନ୍ ଟେମରା ଟୁର୍ଣ୍ଣାମେଣ୍ଟର ବିଜେତା ହେଇ ଚାମ୍ପିଅନ ହୋଇଛି। ଝରିଗାଁ ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୧୨ ଓଭରରେ ୭ ଉଇକେଟ ବିନିମୟରେ ୮୭ ରନ୍ ସଂଗ୍ରହ କରିଥିଲା।‌ ଜବାବରେ ଟେମରା ଦଳ ପଡିଆକୁ ଓହ୍ଲାଇ ୧୧.୫ ଓଭରରେ ୭ ଉଇକେଟ ହରାଇ ମ୍ୟାଚ୍ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ୍ ହୋଇଥିଲା। ଆମ୍ପିଆର ଭାବରେ ସୁନୀଲ ମଲ୍ଲିକ ଓ ଜତିନ ଦାସ ଖେଳ ପରିଚାଳନା କରିଥିଲେ। ସ୍କୋର ବୋର୍ଡରେ ସୁଦାମ ନାଏକ ଓ ଡିଜିଟାଲ ସ୍କୋରର ପ୍ରଭା ପୁଝାରୀ ରହିଥିବାବେଳେ ଖେଳର ଧାରାବିବରଣି ମାମନୁ ଦାସ ଓ କୋକିଲ ମଲ୍ଲିକ ପ୍ରଦାନ କରିଥିଲେ। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ କୋକସରା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବରାଡଙ୍ଗା ସରପଞ୍ଚ ନିରୁପମା ସେଠୀ, ସମିତି ସଭ୍ୟ ମୁକ୍ତେଶ୍ଵର ବାଗ, ଆଇନଜୀବୀ ମନୋଜ କୁମାର ନାଏକ, ଜିପିଇଓ ରାଜେନ୍ଦ୍ର ପାତ୍ର, ମହିମା ସରପଞ୍ଚ ଇଶରାମ କୋଲଥିଆ, ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ଗୋକୁଳ ଚନ୍ଦ୍ର ଯୋଷୀ, ବଟକୃଷ୍ଣ ଦାସ, ସଦାନନ୍ଦ ବାଗ, ହେମନ୍ତ ହଂସ, ଏସ୍ଆଇ ପ୍ରେମରାଜ କଅଁର, କୁମୁଦ ସେଠୀ ପ୍ରମୂଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ସ୍ୱର୍ଗତ ପ୍ରତାପ କିଶୋର ନାଏକଙ୍କ ପରିବାରରୁ ଲାବାନ୍ୟ ନାଏକ, ହେମାନନ୍ଦ ନାଏକ, ବଂଶିଧର ନାଏକ, ପ୍ରଫୁଲ୍ଲ ନାଏକ, ଶରତ ଚନ୍ଦ୍ର ଭଏଁସାଲ ପ୍ରମୂଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ପରେ ଅତିଥି ମାନଙ୍କ ଦ୍ଵାରା ଉଭୟ ବିଜେତା ଓ ଉପ-ବିଜେତା ଦଳକୁ ଟ୍ରଫି ସହ ନଗଦ ଅର୍ଥରାଶି ଦେଇ ପୁରସ୍କାର ପ୍ରଦାନ କରାଯାଇଥିଲା। ମହେନ୍ଦ୍ର ମାଝୀ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିବାବେଳେ ମ୍ୟାନ ଅଫ୍ ଦି ସିରିଜ ଆଜେଶ ହରିଜନ ବିବେଚିତ ହୋଇଥିଲେ। ଆୟୋଜକ ଅନୁଷ୍ଠାନର ସଭାପତି ହେମନ୍ତ ନାଏକ, ଉପସଭାପତି ନବାବ ଦାସ, ପ୍ରଶାନ୍ତ ପଟ୍ଟନାୟକ, ପ୍ରଦୀପ ପଟ୍ଟନାୟକ, ବୁଲୁ ପଟ୍ଟନାୟକ, ସରୋଜ ଦାସ, ଜତିନ୍ଦ୍ର ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.