ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବିଚିତ୍ର ନୀତି; ମାଟ୍ରିକ ପରୀକ୍ଷା ଦେବା ପାଇଁ ୪୩ କିମି ଯିବେ ଛାତ୍ରଛାତ୍ରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟ ସରକାର ତଥା କେନ୍ଦ୍ର ସରକାର ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷାକୁ ସରଳ ଓ ଚାପମୁକ୍ତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି, ମାନନୀୟ ପ୍ରଧାନ ମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହ ପରୀକ୍ଷା ପେ ଚର୍ଚ୍ଚା, ଓଡ଼ିଶା ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ ମହୋଦୟ ମଧ୍ୟ ପିଲାଙ୍କ ସହ ପରୀକ୍ଷା ପେ ଚର୍ଚ୍ଚା ପରି କାର୍ଯକ୍ରମ ହାତକୁ ନେଇ ଛାତ୍ରଛାତ୍ରୀ ମାନେ କିପରି ଭୟ ମୁକ୍ତ ହୋଇ ପରୀକ୍ଷା ଦେବା ପାଇଁ ଯିବେ ସେଥି ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି କିନ୍ତୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନର୍ଲା, କଳାହାଣ୍ଡି କ୍ଷେତ୍ରରେ ତାହା ଓଲଟା ଦେଖିବାକୁ ମିଳିଛି। ଚଳିତ ବର୍ଷ ଦଶମ ଶ୍ରେଣୀ ସିବିଏସଇ ବୋର୍ଡ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନେ ୪୩ କି,ମି ଭବାନୀପାଟଣାର ବିକାଶ ଇଣ୍ଟର୍ଣ୍ଣନେସନାଲ ସ୍କୁଲକୁ ଯିବେ ପରୀକ୍ଷା ଦେବା ପାଇଁ। ନର୍ଲା ବ୍ଲକ ଅନ୍ତର୍ଗତ ଅନେକ ଗ୍ରାମାଞ୍ଚଳରୁ ବହୁ ଗରିବ ମେଧାବୀ ଛାତ୍ର ଛାତ୍ରୀ ପ୍ରତିଦିନ ବହୁ କଷ୍ଟରେ ଅଟୋ, ଟାଟା ମ୍ୟାଜିକ, ସାଇକଲ, ବସରେ ଯାହାକି ସକାଳ ରୁ ସନ୍ଧ୍ୟା ହୋଇଯାଏ। ଏହି ବାବଦରେ ମାସକୁ ୨୦୦୦ ରୁ ଅଧିକ ଟଙ୍କା ଖର୍ଚ୍ଚ କରି ୧୮ ରୁ ୨୦ କିମି ଯାଆନ୍ତି ବିଦ୍ୟାଳୟକୁ ପ୍ରତିଦିନ ପାଠ ପଢିବା ପାଇଁ। ଆଉ ଏବେ ଭବାନୀପାଟଣାର ଟ୍ରାଫିକ, ଚେକିଂ, ଲାଇସେନ୍ସ ତା ପରେ ଖର୍ଚ୍ଚାନ୍ତ, ବୋଝ ଉପରେ ନଳିତା ବିଡା ସଦୃଶ ଅଭିଭାବକଙ୍କୁ ଘାରିଛି ପିଲାଙ୍କ ପରୀକ୍ଷା ଚିନ୍ତା। ଏ ନେଇ ଅନେକ ଅଭିଭାବକ ଓ ବୁଦ୍ଧିଜୀବୀ ଏ ବିଦ୍ୟାଳୟ ସଂଗଠନର ବିଚିତ୍ର ନୀତିକୁ ନା ପସନ୍ଦ କରିବା ସହ କାହିଁକି ଏତେ ଦୂର ପିଲା ଯିବେ ବୋଲି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଜଣାଇଛନ୍ତି। ଅନେକ ଅବିଭାବକ ବିଦ୍ୟାଳୟ କତୃପକ୍ଷଙ୍କୁ ପଚାରିଲେ ସେମାନେ ଆମେ ଯୋଉ ଚଏସ ଦେଇଥିଲୁ ତାହା କାର୍ଯ୍ୟକାରୀ ହୋଇନି ଏବଂ ଆମ ହାତରେ କିଛି ନାହିଁ ବୋଲି କହି ନିଜେ ଦୋଷକୁ ଖସାଇବା ପାଇଁ ଚେଷ୍ଠାରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ସେଥିପାଇଁ ମଧ୍ୟ ପିଲାଙ୍କୁ ଚିନ୍ତା ଘାରିଛି। ଏଭଳି ଅବ୍ୟବସ୍ଥା ପରିସ୍ଥିତିକୁ ଦେଖିଲେ ଜଣାପଡୁଛି ଆଗାମୀ ଦିନରେ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରତି ଲୋକଙ୍କ ଆସ୍ଥା ଏବଂ ବିଶ୍ୱାସ ତୁଟିଯିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.