ଟିକ୍ରାପଡ଼ାରେ କୃଷକ ଉତ୍ପାଦକ ସଙ୍ଘର ବାଣିଜ୍ୟଗତ ଉନ୍ନତି ବିଷୟକ ତାଲିମ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ାର କମ୍ୟୁନିଟି ହଲରେ ଆଞ୍ଚଳିକ ତାଲିମ କେନ୍ଦ୍ର ଓ ରାଷ୍ଟ୍ରୀୟ ସହକାରୀ ବିକାଶ ନିଗମ ଆନୁକୂଲ୍ୟରେ କୃଷକ ତାଲିମ ଅନୁଷ୍ଠିତ ହୋଇଯାଇଛି | ଏନସିଡିସିର ଆଞ୍ଚଳିକ ନିର୍ଦ୍ଦେଶକ ଅଭିଜିତ କୁଲକର୍ଣ୍ଣି ତାଲିମ ପ୍ରଦାନ କରିଥିଲେ | ସ୍ବେଛାସେବୀ ସଂସ୍ଥା ‘ନିଗମ’ର ଜିଲ୍ଲା ସଂଯୋଜକ ବିଚିତ୍ରାନନ୍ଦ ସ୍ୱାଇଁ, ରାଜ୍ୟ ସଂଯୋଜକ ଘନଶ୍ୟାମ ପ୍ରଧାନ ବକ୍ତବ୍ୟ ପ୍ରଦାନ କରିଥିଲେ | ଭାରତୀୟ କିଷାନ ସଙ୍ଘର ରାଜ୍ୟ ସମ୍ପାଦକ ମୋହନ ନାଏକ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ | ଏଫପିଓ ନିର୍ଦ୍ଦେଶକ ପ୍ରମୋଦା ରାଜପଲିଆ, ରମେଶ ରାଜପଲିଆ, ଘନଶ୍ୟାମ ଦେଓ, ରମେଶ ନାଏକ, ଗୌର ବୁଡ଼େକ, ବସନ୍ତ ମିର୍ଦ୍ଧା, ବଳରାମ ଥନାପତି, ଲକ୍ଷ୍ମଣ ବଗର୍ତ୍ତୀ, ଚନ୍ଦ୍ରମଣି ସିଂଦେଓ, ଅଦୀପ ପାତ୍ର, ପ୍ରକାଶ ବଗର୍ତ୍ତୀ, ଶାଖା ବଗର୍ତ୍ତୀ ପ୍ରମୁଖ ଚାଷୀ ଉପସ୍ଥିତ ରହି ତାଲିମ ନେଇଥିଲେ | ଶେଷରେ ଏଫପିଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଦାମ ଦନ୍ତା ଧନ୍ୟବାଦ ଅର୍ପଣ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.