କୁମ୍ଭାରଖୁଣ୍ଟ ଗ୍ରାମରେ ବେଲପଡ଼ା ପୋଲିସ ପକ୍ଷରୁ ଜନ ସମ୍ପର୍କ ଶିବିର

ଓଡ଼ିଆ ବାର୍ତ୍ତା/ ବେଲପଡ଼ା (ତ୍ରୀନାଥ ବାଗ): ବଲାଙ୍ଗୀର ଜିଲ୍ଲା ବେଲପଡ଼ା ପୋଲିସ ଥାନା ଅନ୍ତର୍ଗତ କୁମ୍ଭାରଖୁଣ୍ଟ ଗ୍ରାମର ଖେଳ ପଡିଆ ଠାରେ ବେଲପଡ଼ା ପୋଲିସ ପକ୍ଷରୁ ଜନ ସମ୍ପର୍କ ଶିବିରର ଆୟୋଜନ କରାଯାଇଥିଲା। ଏହି ଜନ ସମ୍ପର୍କ ଶିବିରରେ ଆଖ ପାଖ ୧୦ ଖଣ୍ଡ ଗ୍ରାମ ଲୋକେ ଅଂଶ ଗ୍ରହଣ କରିଥିଲେ। ଲୋକଙ୍କ ନିମନ୍ତେ ସ୍ବାସ୍ଥ୍ୟ ଶିବିର, ଚକ୍ଷୁ ଚେକ୍ ଅପ୍, ଲୋକଙ୍କୁ ଔଷଧ ବିତରଣ ସହ କ୍ରିକେଟ ମ୍ୟାଚ୍ ର ଆୟୋଜନ କରାଯାଇଥିଲା।କ୍ରିକେଟ ମ୍ୟାଚ୍ ରେ ୧୦ ଟି ଟିମ୍ ଅଂଶ ଗ୍ରହଣ କରିଥିଲେ। ଏହି ମ୍ୟାଚ୍ ରେ କୁମ୍ଭାରଖୁଣ୍ଟ ଗ୍ରାମର କ୍ରିକେଟ ଦଳ ଚମ୍ପିୟାନ ହୋଇଥିଲେ। ଲୋକଙ୍କୁ କମ୍ବଳ, ଛତା, ଛାତ୍ର ଛାତ୍ରୀଙ୍କୁ ବ୍ୟାଗ୍, ଖେଳ ସାମଗ୍ରୀ ବଣ୍ଟନ କରାଯାଇଥିଲା। ସ୍ଥାନୀୟ କୀର୍ତ୍ତନ ଓ ବାହାକ ଦଳ ଲୋକଙ୍କ ମନ ମୁଗ୍ଧ କରିବା ସହ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। ଏହି ଜନ ସମ୍ପର୍କ ଶିବିରର ମୂଳ ଉଦ୍ଦେଶ୍ୟ ହେଲା ଯେ ମାଓ ଅଧ୍ୟୁଷିତ ଅଞ୍ଚଳରେ ଜନ ସାଧାରଣଙ୍କ ସହିତ ପୋଲିସର ସୁସମ୍ପର୍କ ସ୍ଥାପନ କରିବା। ଏହି କାର୍ଯ୍ୟକ୍ରମରେ ବେଲପଡ଼ା ଥାନା ଅଧିକାରୀ ଅନନ୍ତ ପ୍ରଧାନ, ବଲାଙ୍ଗୀରରୁ ସହାୟକ କମାଣ୍ଡାଣ୍ଟ ସୁଦୀପ୍ତ ସାହୁ, ବେଲପଡ଼ା ବ୍ଲକ ବିଡ଼ିଓ ରାଜେଶ ମେହେର, ସ୍ଥାନୀୟ ସରପଞ୍ଚ ପ୍ରଦୀପ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.