ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ପଶ୍ଚିମା ପବ୍ଲିକେଶନ୍ ପକ୍ଷରୁ ପ୍ରକାଶିତ ଯୁବ ଲେଖିକା ଐଶ୍ୱର୍ଯ୍ୟା ପ୍ରଧାନଙ୍କ କବିତା ସଂକଳନ ‘ତୁମେ ଗଲା ପରେ’ ଉନ୍ମୋଚିତ ହୋଇଯାଇଛି। ଭବାନୀପାଟଣା ସ୍ଥିତ ବ୍ରଜବିହାର ସଭାଗୃହରେ କଳାହାଣ୍ଡି ଲେଖିକା ସଂଘ ପକ୍ଷରୁ ଆୟୋଜିତ ସମାରୋହରେ ଅତିଥି ଭାବେ ନାଟ୍ୟକାର ଡ. ଉମେଶ ଚନ୍ଦ୍ର ଶତପଥୀ, କବି ବଙ୍କିମ ଚନ୍ଦ୍ର ମୁଣ୍ଡ, କବି ସୁଧୀର ମେହେର, ବ୍ରଜବିହାର ପ୍ରଧାନ ଆଚାର୍ଯ୍ୟ ମନୋଜ ମୁଣ୍ଡ, ଲେଖିକା ସଂଘ ସଭାପତି ସୁଦେଷ୍ଣା ପଣ୍ଡା, ସମ୍ପାଦିକା କଳ୍ପନା ରଥ, ଶୁଭେନ୍ଦୁ ପ୍ରଧାନ ପ୍ରମୁଖ ଯୋଗ ଦେଇଥିବା ବେଳେ ସମୀକ୍ଷକ ଭାବେ ବିରଞ୍ଚି ନାରାୟଣ ମୁଣ୍ଡ ଓ ପ୍ରକାଶ ନିଶଙ୍କ ପୁସ୍ତକର ଆଲୋଚନା କରିଥିଲେ। କବି ପ୍ରତାପ ଚନ୍ଦ୍ର ପଣ୍ଡା ଓ ଲିପ୍ସାମୟୀ ଦୁବେ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅନ୍ତରା ପଟ୍ଟନାୟକ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ପଲ୍ଲବୀ ଦାଶ, ଦୀପ୍ତି ମୁଣ୍ଡ, ବନଶ୍ରୀ ଦାଶ, ଅନିତା ମୁଣ୍ଡ, ତପସ୍ଵିନୀ ପଣ୍ଡା, ସୁମତି ମୁଣ୍ଡ, ମିନତି କୁମାରୀ ପ୍ରଧାନ, ସବିତା ଶତପଥୀ, ପଦ୍ମିନୀ ବେହେରା, ଅର୍ଚ୍ଚନା ମିଶ୍ର, ସଂଘମିତ୍ରା କାନୁନଗୋ, ସ୍ଵର୍ଣ୍ଣକାନ୍ତି ବୈକାର, କାଜଲ ମହାରଣା, ନବଘନ ସାହୁ ପ୍ରମୁଖ ଉନ୍ମୋଚିତ ପୁସ୍ତକରୁ କବିତା ପାଠ କରିଥିଲେ। ଏଥିରେ ଜିଲ୍ଲାର ଲେଖକ ଲେଖିକାଙ୍କ ସମେତ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।