ଭାରସାମ୍ୟ ହରାଇ କାନ୍ଥରେ ପିଟିଲା କାର, ୨ ଗୁରୁତର

ଗୋଲାମୁଣ୍ଡା,୨୭/୭ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଧିନସ୍ତ ମାନଝରୀ- କେଗାଁ ମୁଖ୍ୟ ରାସ୍ତାର ଡୋଙ୍ଗରୀଗୁଡା ଠାରେ ଭାରସାମ୍ୟ ହରାଇ କାନ୍ଥରେ ପିଟିହେଲା କାର । କାରରେ ଥିବା ଡ୍ରାଇଭର ସମେତ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି । ସେମାନେ ହେଲେ କେଗାଁ ଥାନା ସାନଚେର ଗାଁର ସୁରେଶ ବଚ୍ଛା ଓ ତାଙ୍କ ଡ୍ରାଇଭର । ସୁଚନା ମୁତାବକ, ଆଜି ଅପରାହ୍ନ ସମୟରେ ସାନଚେରଗାଁ ପଟୁ ଗୋଲାମୁଣ୍ଡା ଅଭିମୂଖେ ଯାଉଥିବା କାରଟି ଭାରସାମ୍ୟ ହରାଇ ଡଙ୍ଗରୀଗୁଡାର ମାଧବ ନିଆଲଙ୍କ ଘର କାନ୍ଥକୁ ମାଡିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗୁରୁତର ୨ ଜଣଙ୍କୁ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଯାଉଥିବା ଜଣାପଡିଛି ।

ତୁଲାରାମ ବେହେରାଙ୍କ ରିପୋର୍ଟ odiabarta.in
Click here to get daily News  & Views updates
https://bit.ly/OBgroup
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.