କୁଣ୍ଡିଗୁଡା ଠାରେ ଜୟପାଟଣା ଶିକ୍ଷକ ସଂଘର ସାଙ୍ଗଠନିକ ବୈଠକ ଏବଂ ସମ୍ବର୍ଦ୍ଧନା ସଭା

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ଏବଂ ଆଞ୍ଚଳିକ ସାଧନ କେନ୍ଦ୍ର ଘଣ୍ଟିଗୁଡାର ମିଳିତ ଭାବରେ ସ୍ଥାନୀୟ ସରକାରୀ ପ୍ରାଥମିକ ବିଦ୍ୟାଳୟ କୁଣ୍ଡି ଗୁଡା ଠାରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଏବଂ ଜୟପାଟଣା ପ୍ରାଥମିକ ଶିକ୍ଷକ ସଙ୍ଘର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି।

ପ୍ରଥମିକ ଶିକ୍ଷକ ସଙ୍ଘର ଉପସଭାପତି ସଞ୍ଜୟ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମ ନାରାୟଣ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ସୁରେନ୍ଦ୍ର ମୋହନ ଯୋଶୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବିଭାଗୀୟ ଅଧିକାରୀ ଶୋଭା ରାମ ଜାଲ, ବରିଷ୍ଠ ସହାୟକ ବିଶ୍ବନାଥ ପାଢ଼ୀ, ପ୍ରଥମିକ ଶିକ୍ଷକ ସଙ୍ଘ ର ସମ୍ପାଦକ ଲଲିତ କୁମାର ନାଏକ, ଘଣ୍ଟିଗୁଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶିଧେଶ୍ବର ନାଗ ପ୍ରମୁଖ ଯୋଗଦେଇ ଥିଲେ।

ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷକ ଧବଳେଶ୍ଵର ସିଂ, ଧର୍ମ ନିରଞ୍ଜନ ବେହେରା, ଲଛମନ ହରିଜନ, ଦିବାକର ପଟ୍ଟନାୟକ, ଏବଂ ଗୋବର୍ଦ୍ଧନ ବିଶ୍ବାଳ ପ୍ରମୁଖ ଶିକ୍ଷକତା କରି ଅବସର ଗ୍ରହଣ କରି ଥିବା ଶିକ୍ଷକ ମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା।

ଏହି କାର୍ଯ୍ୟକ୍ରମରେ ପ୍ରଥମିକ ଶିକ୍ଷକ ସଙ୍ଘର ସଭାପତି ଭାବରେ ପ୍ରମୋଦ କୁମାର ଠାକୁରଙ୍କୁ ମୋନୋନୀତ କରାଯାଇଥିବା ବେଳେ ଉପେନ୍ଦ୍ର ମୋହନ ଯୋଶୀ ଏବଂ ମାନସ ରଞ୍ଜନ ପଣ୍ଡା ଙ୍କୁ ସହ ସମ୍ପାଦକ ଭାବରେ ମନୋନୀତ କରାଯାଇଥିଲା।

କୁଚା ଗାଁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅନନ୍ତ ନାରାୟଣ ପଣ୍ଡା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବହୁ ସଂଖ୍ୟାରେ ଶିକ୍ଷକ ଶିକ୍ଷୟିତ୍ରୀ, ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ର ସଂଯୋଜକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଏବଂ ପରିଶେଷରେ ଶିକ୍ଷକ ନବକିଶୋର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.