ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଗଣ୍ଡପତ୍ରାପାଲି ପଞ୍ଚାୟତ ବଡମାଲ ଗ୍ରାମରେ ତୃତୀୟ ବର୍ଷ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ସକାଳେ ଜାଡେନ୍ ଦେବୀଙ୍କ ପୀଠରୁ ଶୋଭାଯାତ୍ରାରେ ଯାଇ ପ୍ରହରୀ ମଣ୍ଡପ ନିକଟ ମଞ୍ଚରେ ଦେବୀଙ୍କ ଫଟୋକୁ ସ୍ଥାପନ କରାଯାଇଥିଲା । ତା’ପରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ଭେଟଘାଟ କାର୍ଯକ୍ରମର ସଭାପତି ମଧୁସୂଦନ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଭେଟଘାଟରେ ଗ୍ରାମର ଭଦ୍ରବ୍ୟକ୍ତି ସୁଦେବ ଭୋଇ, ଅଙ୍ଗଦ ଭୋଇ, ଦେବେନ୍ଦ୍ର ମାଝୀ, ନାରଦ ଭୋଇ, ଶ୍ରୀକର ଭୋଇ, ସର୍ବେଶ୍ଵର ମହାପାତ୍ର, ଗୋବିନ୍ଦ ମାଝୀ, ବଂଶୀଧର ଭୋଇ, ଗଣ୍ଡାରାମ ଭୋଇ , ନନ୍ଦ ଭୋଇ, ପିଅନ ଭୋଇ, ରଚେ ଭୋଇ, ଟିକେଶ୍ୱର ଭୋଇ, ଗୋପାଳ ଜାନୀ, ଧବଳେଶ୍ୱର ଭୋଇ, ଦେବରାଜ ଭୋଇ, କାଳିନ୍ଦ୍ରି ବଗର୍ତ୍ତୀ, ରାଜୀବଲୋଚନ ଭୋଇ, ନିର୍ମଳ ଭୋଇ ଅତିଥି ଭାବେ ଯୋଗ ଦେଇଥିଲେ ।ସୁଶାନ୍ତ ଭୋଇ ସ୍ବାଗତ ଭାଷଣ ତଥା ଦିନେଶ ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ । ସାମ୍ବାଦିକ ଗୋକୁଳାନନ୍ଦ ବଗର୍ତ୍ତୀ, ଶୁଭ ଛତ୍ରିଆ, ବାଦ୍ୟକାର ବିକାଶ ମାଝୀ, ରାଜେଶ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଚାମଚ୍ ବାଟି, ମହିଳାଙ୍କ ହାଣ୍ଡିଫଟା, ହୁଳହୁଳି ଏବଂ ବାଳିକାଙ୍କ ରାମ୍ପ ସୋ କାର୍ଯକ୍ରମ ମନମୁଗ୍ଧକର ହୋଇଥିଲା |ଜୟକୃଷ୍ଣ ଭୋଇ ଓ ସାଥୀ, ସମ୍ବଲପୁରୀ ଗୀତିକାର ଅଜିତ ମାଝୀ ଓ ନୀଳମଣି ଭୋଇଙ୍କ ଦୁଲଦୁଲି ସମେତ ଅନ୍ୟାନ୍ୟ କଳାକାରଙ୍କ ପ୍ରଦର୍ଶନ ସମସ୍ତଙ୍କ ମନ ମୋହିଥିଲା । ସୁଶାନ୍ତ ଭୋଇ, ପୁଷ୍ପାଞ୍ଜଳି ମାଝୀ , ତପୋବନ୍ତି ମାଝୀ, ମୋନାଲିସା ଜାନୀ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସମ୍ପାଦକ ଚୂଡ଼ାମଣି ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ନାରାୟଣ ମାଝୀ, ସୁଦାମ ସାହୁ, ମନୋରଞ୍ଜନ ମାଝୀ, ଅର୍ଜୁନ ବଗର୍ତ୍ତୀ, ମଧୁମେଶି ଭୋଇ, ଜଗା ମାଝୀ, ସ୍ଵାଧୀନ ଭୋଇ, ସଞ୍ଜୟ ଜାନୀ, ପ୍ରତାପ ମାଝୀ, ତିଳୋତ୍ତମା ଭୋଇ, ବୃନ୍ଦାବତି ଭୋଇ, ମହିମା ଭୋଇ, ବନିତା ଭୋଇ, ସଂଯୁକ୍ତା ମାଝୀ, ଜୁଲି ଭୋଇ, ଆନନ୍ଦିନୀ ଭୋଇ, ଲୀଳାମୟୀ ପ୍ରଧାନୀ, ଝିଲି ଭୋଇ, ଟିକି ଭୋଇ, ଲବଣୀ ଭୋଇ, କୃଷ୍ଣପ୍ରିୟା ଭୋଇ, ନୟନୀ ଭୋଇ, ରଶ୍ମିତା ମାଝୀ, ଉଦ୍ଧବ ମାଝୀ, ମୋହନ ଜିତ୍ ଭୋଇ, ରମା ଭୋଇ, ଚିନ୍ତା ପୋଢ଼, ମଧୁ ଭୋଇ, ଡୋଳାମଣି ବଗର୍ତ୍ତୀ, ଚନ୍ଦ୍ର ଭୋଇ, ସରୋଜ ମାଝୀ, ନିମାଇ ଭୋଇଙ୍କ ସମେତ କମିଟିର ସଦସ୍ୟଗଣ ସହଯୋଗ କରିଥିଲେ ।





