ବିମ୍ବାଧର ହାଇସ୍କୁଲ କର୍ଲାପଡ଼ାର ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିମ୍ବାଧର ସରକାରୀ ହାଇସ୍କୁଲ କର୍ଲାପଡ଼ାର ୫୯ ସଂଖ୍ୟା ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାହାଦୁର ସାଗରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କର୍ଲାପଡ଼ା ସରପଞ୍ଚ ସୁଷମା ସେନାପତି ମୁଖ୍ୟ ଅତିଥି, ସାହିତ୍ୟିକ ତଥା ଓଡ଼ିଆ ଅଧ୍ୟାପକ ମୋହନ ପୁଟେଲ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। କ୍ରୀଡା, ପ୍ରବନ୍ଧ, କୁଇଜ୍, ସଙ୍ଗୀତ, ବକ୍ତୃତା, ଝୋଟି, ଚିତ୍ରାଙ୍କନ ପ୍ରତିଯୋଗିତା ସବୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆୟୋଜିତ ହୋଇଥିଲା। ସଭା ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ ପରିବେଷଣ ହୋଇଥିଲା। କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ବରିଷ୍ଠ ଶିକ୍ଷକ ସୁରେନ୍ଦ୍ର ନାଗ ସଭା ପରିଚାଳନା କରିଥିଲେ। ଏଥିରେ ଶିକ୍ଷୟତ୍ରୀ ସ୍ବପ୍ନା ସେଠୀ, ମଞ୍ଜୁଳା ସାହୁ, ଅଞ୍ଜଳି ଭୋଇ, ସୁନନ୍ଦା ସାଗର, ଜ୍ୟୋତିର୍ମୟୀ କର, ମଧୁସ୍ମିତା ମହାନ୍ତି, ଶିକ୍ଷକ ଗୁମନ୍ ଦୁର୍ଗା, ବୀର ନାଏକ, ଭର୍ତ୍ତୁହରି ଶଗଡ଼ିଆ, ନିର୍ମଳ ଚନ୍ଦ୍ର ପ୍ରଧାନ ଏବଂ କର୍ମଚାରୀ ବୈଦ୍ୟନାଥ ପ୍ରଧାନ, ମହାଦେବ ବାଗ, ମାନସ ଗଡତିଆ, ମୃତ୍ୟୁଞ୍ଜୟ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.