ବିଛୁବାହାଲି ଗ୍ରାମରେ ଅଚଳ ନଳକୂପ ମରାମତି ଦାବୀ

ଓଡ଼ିଆ ବାର୍ତ୍ତା/ ବେଲପଡା (ତ୍ରିନାଥ ବାଗ): ସରକାର ଲୋକଙ୍କ ପାଇଁ ଯୋଜନା ଉପରେ ଯୋଜନାମାନ ପ୍ରଣୟନ କରିଛନ୍ତି, ହେଲେ ଅଫିସ ତଥା ସରକାରୀ କର୍ମଚାରୀଙ୍କର ଆନ୍ତରିକତାର ଅଭାବ ଯୋଗୁଁ ସାଧାରଣ ଜନତା ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ବେଲପଡା ବ୍ଲକ ପଣ୍ଡରିଯୋର ଗ୍ରାମ ପଞ୍ଚାୟତ ବିଛୁବାହାଲି ଗ୍ରାମ ତଳିପଡ଼ା ଏବଂ ହରିଜନ ପଡ଼ା ଠାରେ। ପାଣି ଜଳ ଟିକିଏ ପାଇଁ ଡହକ ବିକଳ ହୋଇ ନାହିଁ ନ ଥିବା ଅସୁବିଧା ସମୁଖୀନ ହେଉଛନ୍ତି ଗ୍ରାମବାସୀ। ସୂଚନା ଅନୁସାରେ ବିଛୁବାହଲି ଗ୍ରାମର (ମାଝୀ) ତଳିପଡ଼ା ଗୋଟିଏ ନଳକୂପ ଉପରେ ନିର୍ଭର କରି ଚଲିଥାନ୍ତି। ହେଲେ ୨ମାସ ଉପରେ ହେଲାଣି ହରିଜନ ପଡ଼ା ର ନଳକୂପ ଅଚଳ ହୋଇ ପଡି ରହିଥିବା ବେଳେ (ମାଝୀ) ତଳିପଡ଼ା ର ୨୦ଦିନ ହେଲାଣି ଅଚଳ ହୋଇ ପଡିଛି। ଲୋକମାନେ ପାଣି ଟିକିଏ ପାଇଁ ପ୍ରଚଣ୍ଡ ରୌଦ୍ରତାପରେ ଦୂରରେ ଥିବା ବାଲିକୁଆକୁ ଯାଇ ପାଣି ସଂଗ୍ରହ କରି ଘରକୁ ଆଣୁଛନ୍ତି।ତେଣୁ ଏହି ଉଭୟ ପଡ଼ାରେ ଥିବା ଅଚଳ ନଳକୂପକୁ ଶୀଘ୍ର ମରାମତି କରିବା ପାଇଁ ପଡାବାସୀ ଦାବୀ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.