ରୁଗୁଡିପାଲି ବିଦ୍ୟାଳୟର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ୍ ସ୍ଥିତ ରୁଗୁଡ଼ିପଲି ସ୍କୁଲ୍ ଠାରେ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ୮ ଗୋଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଛି ମୋହର । ଶୁକ୍ରବାର ବିଦ୍ୟାଳୟର ଗଙ୍ଗାଧର ମେହେର କକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଚନ୍ଦନ ଜଗଦଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ଓ ପରିମଳ ବିଭାଗ କ୍ରୀଡା ଓ ସଂସ୍କୃତି, ପରିବେଶ, ଖାଦ୍ୟ, ଓ ପ୍ରାର୍ଥନା ଆଦି ବିଭାଗର ମୋଟ ୮ ଗୋଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏତଦ୍ଦ୍ୱାରା ବିଦ୍ୟାଳୟର ଶୃଙ୍ଖଳା ବଢିବା ସଙ୍ଗେସଙ୍ଗେ ବିଦ୍ୟାଳୟର ଉନ୍ନତି ହେବ ବୋଲି ଗଣ ମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଜଗଦଲା କହିଛନ୍ତି। ବିଦ୍ୟାଳୟରେ ଓସେପାଙ୍କ ପତ୍ର ସଂଖ୍ୟା- ୨୭୦୫ତା ୨୮/୦୨/୨୦୨୫ରିଖ ଅନୁସାରେ ହେବାକୁଥିବା ବାର୍ଷିକ ଆକାଳନ -୨ରେ ବିଦ୍ୟାଳୟର ସମସ୍ତ ୧୩୦ ଜଣ ଛାତ୍ରଛାତ୍ରୀ ଯେପରୀ ସକ୍ରିୟ ଅଂଶ ଗ୍ରହଣ କରିବେ ତାପାଇଁ ସମସ୍ତେ ଦାୟିତ୍ୱ ଗ୍ରହଣ କରିବେ।ବିଦ୍ୟାଳୟର କାର୍ଯ୍ୟକ୍ରମ “ଅମ ସ୍କୃତି”କୁ ଅଧିକ ଆକର୍ଷଣୀୟ କରିବାପାଇଁ ସମସ୍ତ ନିଷ୍ପତ୍ତି ନିଆଗଲା। ବିଦ୍ୟାଳୟର “ମୋ ସମାଚାର’ କାର୍ଯ୍ୟକ୍ରମ ଆଜିଠାରୁ ସମ୍ପୂର୍ଣ୍ଣ ରୂପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିଚାଳିତ କରାଯିବାର ପ୍ରସ୍ତାବ ଗ୍ରହଣ କରାଗଲା। ବିଦ୍ୟାଳୟର ଅନ୍ୟ ଏକ କାର୍ଯ୍ୟକ୍ରମ ଯାହାକି “ଆଦିମୋର ଜନ୍ମଦିନ” ନାମରେ ପରିଚିତ ସେଥିରେ ଛାତ୍ରଛାତ୍ରୀ ଭାଇ ଭଉଣୀମାନେ ଜନ୍ମଦିନ ପାଳନ ପର୍ବରେ ସମର୍ପଣ ଭାବ ସୃଷ୍ଟି ପାଇଁ ବିଦ୍ୟାଳୟକୁ ନିଜ ଶକ୍ତି ମୁତାବକ କିଛି ଦାନକରିବାର ନିଷ୍ପତ୍ତି ନିଆଗଲା। ପରୀକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ ଚାଲୁଥିବା “ବିଦ୍ୟାଳୟ ମୋ ମନ୍ଦିର” କାର୍ଯ୍ୟକ୍ରମକୁ ମାର୍ଚ୍ଚମାସରେ ବନ୍ଦ ରଖାଯିବାର ପ୍ରସ୍ତାବ ନିଆଗଲା। ଆମେ ବି କଳାକାର ଓ “ଆମେ ସମସ୍ତେ ମିଶି ଶିଖିବା ” ବିଦ୍ୟାଳୟର ଯେଉଁ ଅନୁଖା କାର୍ଯ୍ୟକ୍ରମଟି ଅଛି ତାକୁ ପୁନଃମାର୍ଚ୍ଚ-୨୨ତାରିଖ ପରଠାରୁ କାର୍ଯ୍ୟକ୍ଷମ କରାଯିବାର ନିଷ୍ପତ୍ତି ଗ୍ରହଣ କରାଗଲା। ସମସ୍ତ ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଧାନ ଶିକ୍ଷକଙ୍କ ଅବଗତି ଏବଂ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜଣାଇବାର ପ୍ରସ୍ତାବ ଗ୍ରହଣ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.