ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସୋନପୁର ବ୍ଲକ ଡୁଙ୍ଗୁରିପାଲି ସ୍ଥିତ ପିଏମ୍ ଶ୍ରୀ କୋଶଳେଶ୍ୱର ହାଇସ୍କୁଲର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ବାବୁଲାଲ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କ୍ରୀଡାବିତ୍ ବି.ପୁରୁଷୋତ୍ତମ ପାତ୍ର ଓ ସମ୍ମାନିତ ଅତିଥି ଭାବେ ଲାଲମନି କ୍ରିକେଟର ପିଚ୍ କୁରେଟର ତଥା ପ୍ରଥମ ଥର ଆନ୍ତର୍ଜାତୀୟ ମ୍ୟାଚ ରେ ବାରବାଟି ଷ୍ଟାଡିୟମ୍ ରେ ପିଚ୍ କ୍ୟୁରେଟର ଦଳ ରେ ମନୋନୀତ ହୋଇଥିବା ବି.ସୁଦର୍ଶନ ପାତ୍ର (ଲୁଲୁ) ପଞ୍ଚସଖା ଶିକ୍ଷାସେତୁ କମିଟିର ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ମଧୁସୂଦନ ଓତା ଏବଂ ଜାତୀୟ ସ୍ତରରେ ଅଂଶଗ୍ରହଣ କରିଥିବା ଖୋ ଖୋ ଖେଳାଳି ବେଦବ୍ୟାସ ବିଭାର ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ବାଳିକା ଜୁନିଅର ବିଭାଗରେ ସଂସ୍କୃତି ମିଶ୍ର, ସିନିୟର୍ ଚାମ୍ପିଅନ ଭାବେ ସସ୍ମିତା ମେହେର ଏବଂ ବାଳକ ଜୁନିଅର ବର୍ଗରେ ସୋହମ୍ କୁମ୍ଭାର ଓ ସିନିୟର୍ ବର୍ଗରେ ଯତୀନ ବିଶି ଙ୍କୁ ଅତିଥି ଙ୍କ ଦ୍ଵାରା ଚମ୍ପିଅନ ଟ୍ରଫି ପ୍ରଦାନ କରାଯାଇଥିଲା। ବିଜ୍ଞାନ ଶିକ୍ଷକ ଚକାନୟନ ମେହେର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଏକାଦଶ ବର୍ଗେଇ ଧନ୍ୟବାଦ୍ ଅର୍ପଣ କରିଥିଲେ। ଚୌଧୁରୀ ବିଭାର ଓ ଆଦିତ୍ୟ କିଶୋର ପାଢ଼ୀ କାର୍ଯ୍ଯକ୍ରମ ସଂଯୋଜନା କରିଥିଲେ। ଶିକ୍ଷୟତ୍ରୀ ନନ୍ଦିନୀ ମାହାଣା ଓ ସ୍ନେହଲତା ଖେତି ମଞ୍ଚ ପରିଚାଳନା କରିଥିଲେ।ଖେଳ ଶିକ୍ଷକ ଜୟନାରାୟଣ ମିଶ୍ର, ସଞ୍ଜୟ ପ୍ରଧାନ, ମାନସ ରଞ୍ଜନ ଭୋଇ, ସଂଯୁକ୍ତା ଦାସ, ପୁଷ୍ପାଞ୍ଜଳି ନାୟକ, ମାନସୀ ରାଣୀ, ନିବେଦିତା ମିଶ୍ର, ନିହାରିକା ମିଶ୍ର, ନର୍ମଦା ପାତ୍ର ଖେଳର ବିଭିନ୍ନ ଇଭେଣ୍ଟକୁ ପରିଚାଳନା କରିଥିଲେ। ଏଥିରେ ବାଳମୁକୁନ୍ଦ ସେଠି, ଦାମୋଦର ଠେଟୁଆଲ, ଚମାର ବାଘ, ଗିରିଶ ଚନ୍ଦ୍ର ଭରାସାଗର କମିଟି ସଭ୍ୟ ମନୋଜ ପଲିଆ ତଥା ଅଭିଭାବକ ଓ ଅଭିଭାବିକା ମାନେ ସହଯୋଗ କରିଥିଲେ। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୮୫ ଜଣ ଖେଳାଳି ଏଥିରେ ଅଂଶଗ୍ରହଣ କରିଥିଲେ।ଛାତ୍ରୀ ମାନଙ୍କ ଦ୍ଵାରା ଅତିଥି ସ୍ବାଗତ ସଙ୍ଗୀତ ତଥା ନୃତ୍ୟ ପରିବେଷଣ କରାଯାଇଥିଲା। ଏଥିରେ ଅନେକ ଗ୍ରାମବାସୀ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।