ଅପ୍ରେଲ ୧୨ରେ ସାତ ଶମ୍ଭୁ ମିଳନ

କାମନା ଦଣ୍ଡ ପରିଷଦ ଓ ଦଣ୍ଡ ପୀଠ ମୁଖିଆଙ୍କ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଗାମୀ ଅପ୍ରେଲ ୧୨ ତାରିଖରେ ହେବ ସାତ ଶମ୍ଭୁ ମିଳନ। ସାତଟି କାମନା ଦଣ୍ଡ ପୀଠକୁ ନେଇ ସାତ ଶମ୍ଭୁ ମିଳନ କାର୍ଯ୍ୟକ୍ରମ ନେଇ ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ଓ କାମନା ଦଣ୍ଡ ପୀଠ ମୁଖିଆଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କାମନା ଦଣ୍ଡ ଶୁମ୍ଭୁ ମିଳନ ପାଇଁ ପ୍ରସ୍ତୁତି ବୈଠକ ମ.ରାମପୁର ଗ୍ରାମ ପଞ୍ଚାୟତ ସଭା ଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ସଭାପତି ରୁଦ୍ର ପ୍ରତାପ ସିଂହଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ପୂର୍ବ ବର୍ଷ ଶମ୍ଭୁ ମିଳନର ବିବରଣୀ ପଠନ କରିଥିଲେ। ଏହି ବୈଠକରେ ବୈଠକରେ ଚମରା ବଗର୍ତ୍ତୀ, ବନମାଳୀ ଦଣ୍ଡସେନା, ସତ୍ୟ ନାରାୟଣ ସାହୁ, ଶିବ ପ୍ରସାଦ ଶତପଥୀ, ଧନିଷ୍ଠ ଧଙ୍ଗଡାମାଝୀ, ନରେନ୍ଦ୍ର ମହାଖୁଡ, ବିଶ୍ଵ ମାହାର, ଲଳିତ ମୋହନ ସ୍ୱାଇଁ, ବିନୋଦ ମହାଖୁଡ଼, ସୁନ୍ଦର ସିଂ ପୋଢ଼, ରାମ ସିଂ ପୋଢ଼, ଅନାଦି ଭୋଇ ଦ୍ରୋଣାଚାର୍ଯ୍ୟ ମାଝୀ, ଉପେନ୍ଦ୍ର ମହାଖୁଡ଼ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଆଗାମୀ ଅପ୍ରେଲ ମାସ ୧୨ ତାରିଖରେ ହେବାକୁ ଥିବା ସାତ ଶମ୍ଭୁ ମିଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇ ପ୍ରତିଟି କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳା ସହ ସମାପନ କରିବା ପାଇଁ ସମସ୍ତେ ମତବ୍ୟକ୍ତ କରିଥିଲେ। ଶେଷରେ କୋଷାଧ୍ୟକ୍ଷ ହେମନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.