ବିଛୁବାହାଲି ୟୁପି ସ୍କୁଲରେ ଆମ ସଂସ୍କୃତି ଆମ ଖେଳଣା ଓ  ବାର୍ଷିକ ଉତ୍ସବ-୨୦୨୫

ଓଡ଼ିଆ ବାର୍ତ୍ତା/ ବେଲପଡା (ତ୍ରିନାଥ ବାଗ): ବେଲପଡା ବ୍ଲକ ଅନ୍ତର୍ଗତ ବିଛୁବାହାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର “ଆମ ସଂସ୍କୃତି ଆମ ଖେଳଣା” ସହ ପ୍ରଥମ ବାର୍ଷିକ ଉତ୍ସବ ସୋମବାର ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ ଉତ୍ସବର ସମାରୋହରେ ମୁଖ୍ୟ ଅତିଥି ଭାବେ ଗ୍ରାମର ଗୌନ୍ତିଆ ମନମୋହନ ମାଝୀ, ମୁଖ୍ୟ ବକ୍ତା ଭାବେ ଗ୍ରାମର ପୋଷ୍ଟ ମାଷ୍ଟର ହଲଧର ସେଠ, ସମ୍ମାନିତ ଅତିଥି ସଲଣ୍ଡି ହାଇସ୍କୁଲ ପ୍ରଧାନ ଶିକ୍ଷକ ଥବିର ଛତ୍ରିଆ ଯୋଗଦେଇ ଛାତ୍ର ଛତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଘନଶ୍ୟାମ ବେହେରା ବିବରଣ ପାଠ କରିଥିଲେ। ସିଆରସିସି ଭୋଲେଶ୍ୱର ତାଣ୍ଡି ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଛାତ୍ର ଛତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ  ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ଛାତ୍ର ଛତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା ଓ ୧୧୫ ଜଣ ବରିଷ୍ଠ ଓ କନିଷ୍ଠ ବିଭାଗ ରେ କୃତି ପ୍ରତଯୋଗୀ ମାନଙ୍କୁ ଅତିଥିମାନେ ମାନପତ୍ର ଓ ମେଡାଲ ଦେଇ ପୁରସ୍କୃତ କରିଥିଲେ। ଚଳିତ ବର୍ଷ ବାଳକ ବିଭାଗରେ କ୍ଷମା ବାଗ ଓ ବାଳିକା ବିଭାଗ ରେ ଯଶୋବନ୍ତି ମାଝୀ ଚମ୍ପିୟାନ ହୋଇଥିଲେ। ସମାଜରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଗ୍ରାମର ବିଶିଷ୍ଠ ବ୍ୟକ୍ତି ସାମ୍ବାଦିକ ତ୍ରିନାଥ ବାଗ ଓ ଗ୍ରାମର ୱାର୍ଡ ମେମ୍ବର ତୁଲାରାମ ମାଝୀ, ସୁଧୀର ବାଗ, ବେଦବ୍ୟାସ ପୁଟେଲ, ରୁକବଲ ପୁଟେଲ, ଏବଂ ଗ୍ରାମର ଭଦ୍ରବ୍ୟକ୍ତି ନରହରି ମାଝୀଙ୍କୁ ସମ୍ବର୍ଦ୍ଧିତ ପ୍ରଦାନ କରାଯାଇଥିଲା। ଉକ୍ତ ଉତ୍ସବ ଆୟୋଜନ ଓ ପରିଚାଳନାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଘନଶ୍ୟାମ ବେହେରା, ସହକାରୀ ଶିକ୍ଷକ ଜ୍ୟୋତିର୍ମୟ ନାଗ, ପାହାନ୍ତ କୁମ୍ଭାର, ଏବଂ ସହକାରୀ ଶିକ୍ଷୟତ୍ରୀ ଗୋଦାବରୀ ମାଝୀ, ମଧୁମିତା ବାବୁ, ସଂଯୁକ୍ତା କିଷାନଙ୍କ ସମେତ ପାଚିକା ଏବଂ ପରିଚାଳନା କମିଟିର ସଭ୍ୟ /ସଭ୍ୟା ଓ ଅଭିଭାବକ ଅଭିଭାବିକା ସହଯୋଗ କରିଥିଲେ। ପରି ଶେଷରେ ସହକାରୀ ଶିକ୍ଷକ ପାହାନ୍ତ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.